Latest

କାର୍ ଡ୍ରାଇଭର ନିଖୋଜ, ମିଳୁନି ପତ୍ତା

Posted on

ଭୁବନେଶ୍ୱର (ଓଡ଼ିଶା ଓ୍ବେୟାର):ଭୁବନେଶ୍ୱରରୁ ଟାଭେରା ଡ୍ରାଇଭର ନିଖୋଜ। ଗତ ଶୁକ୍ରବାର ଅପରାହ୍ନ ୪ଟା ବେଳେ କ୍ୟାପିଟାଲ ହସ୍ପିଟାଲରୁ ଫୁଲବାଣୀ ଭଡ଼ା ନେଇ ଯାଇଥିବା ଡ୍ରାଇଭର କୈଳାଶ ନାୟକ(୪୦) ନିଖୋଜ ଥିବା ନେଇ ଅଭିଯୋଗ ହୋଇଛି। ତାଙ୍କ ବିଷୟରେ କୌଣସି ଖୋଜ ଖବର ମିଳୁନାହିଁ କି ତାଙ୍କ ଫୋନ୍ ବି ଲାଗୁନାହିଁ। ଏଣୁ ତାଙ୍କ ପରିବାର ଓ ଓଡ଼ିଶା ମଟର ଚାଳକ ସଂଘ ପକ୍ଷରୁ କ୍ୟାପିଟାଲ ଥାନାରେ ଲିଖିତ ଭାବରେ ଅଭିଯୋଗ କରାଯାଇଛି।
ଅଭିଯୋଗ ମୁତାବକ, କୈଳାଶ ଶୁକ୍ରବାର ୪ଟା ବେଳେ କ୍ୟାପିଟାଲ ହସ୍ପିଟାଲରୁ ଫୁଲବାଣୀ ଏକ ଭଡ଼ା ନେଇ ଯାଇଥିଲେ। କିନ୍ତୁ ରାତି ୧୦ଟା ପରେ ତାଙ୍କ ମୋବାଇଲ ଅଫ୍ ହୋଇଯାଇଥିଲା। ଆଜିକୁ ଦୁଇ ଦିନ ହେବ ତାଙ୍କର ପତ୍ତା ମିଳୁନାହିଁ। ନିଖୋଜ କୈଳାଶ ନାୟକ ଭୁବନେଶ୍ୱର ଗଣ୍ଡମୁଣ୍ଡା ଅଞ୍ଚଳରେ ରହନ୍ତି।
ସୂଚନାଯୋଗ୍ୟ ଯେ ପୂର୍ବରୁ ଜଣେ ଡ୍ରାଇଭରଙ୍କୁ ଭଡ଼ା ଆଳରେ ମର୍ଡର କରାଯାଇଥିବା ନଜିର ରହିଛି। ଏଣୁ କୈଳାଶଙ୍କ ପରିବାର ଲୋକ ଭୟଭୀତ ଅଛନ୍ତି। ଖୁବ ଶୀଘ୍ର କୈଳାଶଙ୍କୁ ଖୋଜିବା ପାଇଁ ପରିବାର ଲୋକେ ପୋଲିସକୁ ଅନୁରୋଧ କରିଛନ୍ତି। ଅନ୍ୟପଟେ ପୋଲିସ ମଧ୍ୟ ଅଭିଯୋଗକୁ ଗୁରୁତ୍ୱର ସହ ନେଇ ବିଭିନ୍ନ ସ୍ଥାନରେ କୈଳାଶ ଙ୍କ ପୋଷ୍ଟର ମାରିବ ବୋଲି କହିଛି କମିଶନରେଟ ପୋଲିସ ।

Leave a Reply

Your email address will not be published. Required fields are marked *

Most Popular

Exit mobile version