Latest

କାଳ ହେଲା କରୋନା ଟୀକା: ୭ ମୃତ

Posted on

ଲଣ୍ଡନ: ଚାରିଆଡେ ଏବେ ଜାରି ରହିଛି କରୋନାର ପ୍ରକୋପ। ମହାମାରୀକୁ ମାତ୍ ଦେବା ପାଇଁ ଟିକାକରଣ ମଧ୍ୟ ଚାଲିଛି। ତେବେ ଏହାରି ଭିତରେ ଏକ ଭୟଙ୍କର ଖବର ସାମ୍ନାକୁ ଆସିଛି। ବ୍ରିଟେନ୍‌ରେ ଟିକା ନେଇ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କେବଳ ସେତିକି ନୁହେଁ ଅନେକ ଲୋକଙ୍କ ଦେହରେ ରକ୍ତ ଜମାଟ ବାନ୍ଧିବା ଭଳି ସମସ୍ୟା ମଧ୍ୟ ଦେଖାଦେଇଛି।

ବ୍ରିଟେନରେ ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଆଷ୍ଟ୍ରାଜେନେକା କଂପାନି ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଟିକା ନେବା ପରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସେଠାକାର ମେଡିସିନ୍ ଆଣ୍ଡ ହେଲଥକେୟାର ପ୍ରଡକ୍ଟସ ରେଗୁଲେଟାରୀ ଏଜେନ୍ସି ଶନିବାର ଏନେଇ ଘୋଷଣା କରିଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version