Latest

କୁକୁଡ଼ା ଦୋକାନୀଙ୍କୁ ବିଏମ୍‌ସିର ନୋଟିସ୍; ଭୁବନେଶ୍ୱରବାସୀଙ୍କୁ ଚିକେନ୍ ନ ଖାଇବାକୁ ଅନୁରୋଧ କଲେ ମେୟର

Posted on

ରାଜ୍ୟରେ ଦିନକୁ ଦିନ ବାର୍ଡ ଫ୍ଲୁ ଆତଙ୍କ ଦେଖିବାକୁ ମିଳୁଥିବା ବେଳେ ଆଜି ଭୁବନେଶ୍ବରର କୁକୁଡ଼ା ଦୋକାନୀଙ୍କୁ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ତରଫରୁ ନୋଟିସ୍ ଜାରି କରାଯାଇଛି । ସଂକ୍ରିମତ ଅଞ୍ଚଳରୁ କୁକୁଡ଼ା ନକିଣିବାକୁ ଦୋକାନୀଙ୍କୁ ନୋଟିସ୍ ଦିଆଯାଇଥିବା ବେଳେ କୌଣସି କୁକୁଡ଼ା ଅସୁସ୍ଥ ହେଲେ ବା ମୃତ୍ୟୁବରଣ କଲେ ତୁରନ୍ତ ଜଣାଇବା ସହ ବିଏମ୍‌ସି ଟିମ୍‌ ପରିଦର୍ଶନ ସମୟରେ ସଠିକ୍ ତଥ୍ୟ ପ୍ରଦାନ ପାଇଁ ଅପିଲ୍ କରାଯାଇଛି ।

ସେହିପରି ଅସ୍ବାଭାବିକ ଭାବେ ମୃତ୍ୟୁବରଣ କରୁଥିବା ପକ୍ଷୀଙ୍କୁ ଏଣେତେଣେ ନ ଫିଙ୍ଗି ନିର୍ଦ୍ଦିଷ୍ଟ ସ୍ଥାନରେ ପୋତିଦେବା ସହ ତା’ ଉପରେ ବ୍ଲିଚିଂ ସିଞ୍ଚନ କରିବା ସହ ଏହି କାର୍ଯ୍ୟ କରିବା ସମୟରେ ମୁହଁରେ ମାସ୍କ ଏବଂ ହାତରେ ଗ୍ଲୋବ୍ସ ପିନ୍ଧିବା ଉପରେ କମିଶନର ଗୁରୁତ୍ୱାରୋପ କରିଛନ୍ତି। ଯଦି ଏହି କୁକୁଡ଼ା ସଂସ୍ପର୍ଶରେ ଆସି କୌଣସି ବ୍ୟକ୍ତି ବା ଶିଶୁଙ୍କର ଜ୍ବର, ଛିଙ୍କ, କାଶ ଲାଗି ରୁହେ, ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରୀ ବୋଲି ବିଏମ୍‌ସି ପକ୍ଷରୁ ନିବେଦନ କରାଯାଇଛି।

ଏହାସହ ରାଜଧାନୀବାସୀଙ୍କୁ ଚିକେନ୍ ନ ଖାଇବାକୁ ମେୟର ସୁଲୋଚନା ଦାସ ଅନୁରୋଧ କରିଛନ୍ତି । ଭୁବନେଶ୍ୱର ଆଖପାଖରେ ବାର୍ଡ ଫ୍ଲୁ ଦେଖାଦେବା ପରେ ରାଜ୍ୟବାସୀଙ୍କୁ ଅପିଲ୍ କରିଛନ୍ତି ସୁଲୋଚନା । ସେ କହିଛନ୍ତି କିଛି ଦିନ ରାଜଧାନବାସୀଙ୍କୁ ଚିକେନ୍ ନ ଖାଇବାକୁ ଅନୁରୋଧ କରୁଛି ।

Leave a Reply

Your email address will not be published. Required fields are marked *

Most Popular

Exit mobile version