ରାଜନୀତି

କେନ୍ଦ୍ରରେ ମନ୍ତ୍ରୀ ନହେବା ଦୁଃଖ ଦେଇଛି: ଜୁଏଲ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର):ସୁନ୍ଦରଗଡ଼ ସାଂସଦ ତଥା ବରିଷ୍ଠ ବିଜେପି ନେତା ଜୁଏଲ ଓରାମ କେନ୍ଦ୍ରରେ ମନ୍ତ୍ରୀ ପଦ ନମିଳିବାକୁ ନେଇ ମୁହଁ ଖୋଲିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ପଦ ନମିଳିବା ତାଙ୍କୁ ଗଭୀର ଆଘାତ ଦେଇଥିଲା ଓ ସେଇଥିପାଇଁ ସେ ତାଙ୍କ ପତ୍ନୀଙ୍କ ପରାମର୍ଶରେ ମୋଦି ସରକାରର ଶପଥ ଗ୍ରହଣ ସମାରୋହକୁ ଯାଇନଥିଲେ ବୋଲି କହିଛନ୍ତି।
ଓଡ଼ିଶାରେ ଆଦିବାସୀଙ୍କ ଚେହେରା ଭାବେ ପରିଚିତ ପାଞ୍ଚଥରର ସାଂସଦ ଶ୍ରୀ ଓରାମଙ୍କୁ ରାଉରକେଲାରେ ନାଗରିକ ସମାଜ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯିବା ଅବସରରେ ସେ ଏହା ପ୍ରକାଶ କରିଛନ୍ତି। ଶ୍ରୀ ଓରାମ କହିଛନ୍ତି ଯେ, “ତାଙ୍କୁ ମନ୍ତ୍ରୀ କରାନଯିବା ତାଙ୍କୁ ବେଶ୍ ବାଧିଥିଲା। ସେ ବି ଜଣେ ରକ୍ତ ମାଂସଧାରୀ ମଣିଷ। ତାଙ୍କୁ ଅନେକ ଲୋକ ମଧ୍ୟ କହିଥିଲେ ଯେ, ତାଙ୍କୁ ମନ୍ତ୍ରୀ ପଦ ମିଳିବ ବୋଲି ଆଲୋଚନା ଚାଲିଛି। ସବୁ ଗଣମାଧ୍ୟମରେ ବି ତାଙ୍କୁ ମନ୍ତ୍ରୀ ପଦ ମିଳିବାକୁ ନେଇ ଚର୍ଚ୍ଚା ରହିଥିଲା। ମୋତେ ମଧ୍ୟ ଲାଗୁଥିଲା ଯେ ମୁଁ ପୁଣି ମନ୍ତ୍ରୀ ପଦ ପାଇବି। ତେବେ ସେ ଯାହାହେଉ ମନ୍ତ୍ରୀ ପଦ ମିଳିଲାନି। ସେ ତାଙ୍କ ପତ୍ନୀଙ୍କ ସହ ଦିଲ୍ଲୀ ଯାଇଥିଲେ। ଶପଥ ସମାରୋହକୁ ଆମେ ଯିବା କି ନାହିଁ ବୋଲି ପତ୍ନୀଙ୍କୁ ପଚାରିଥିଲି। କିନ୍ତୁ ସେ ଦେହ ଭଲ ଲାଗୁନି କହି ଯିବାକୁ ଇଚ୍ଛା କଲେନି। ତେଣୁ ସେ ବି ଶପଥ ଗ୍ରହଣ ସମାରୋହକୁ ଗଲେନି।” ବୋଲି ଶ୍ରୀ ଓରାମ କହିଛନ୍ତି ।
ସୂଚନାଯୋଗ୍ୟ, ଅଟଳ ବିହାରୀ ବାଜପେୟୀ ସରକାରରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଥିବା ଶ୍ରୀ ଓରାମ ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ବି ଏହି ମନ୍ତ୍ରଣାଳୟ ଦାୟିତ୍ୱରେ ରହିଥିଲେ। ବିଜେପି ଚଳିତ ଲୋକସଭା ନିର୍ବାଚନରେ ଓଡ଼ିଶାରେ ୧ରୁ ୮ ଆସନ ଜିଣିଥିବାରୁ ଶ୍ରୀ ଓରାମ ପୁଣିଥରେ ମନ୍ତ୍ରୀ ପଦ ପାଇଁ ଦାବିଦାର ଥିଲେ। ମାତ୍ର ଓଡ଼ିଶାରୁ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀଙ୍କୁ ମୋଦିଙ୍କ ମନ୍ତ୍ରିପରିଷଦରେ ସ୍ଥାନ ମିଳିଛି। ମେ’ ୩୦ତାରିଖରେ ମୋଦି ସରକାର ଶପଥ ନେଇଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version