ରାଜ୍ୟ

କେନ୍ଦ୍ର ଉପରେ ୬୪୦୦କୋଟି ବକେୟା, ଅର୍ଥ ଦାବି କଲେ ନବୀନ

Posted on

ନୂଆଦିଲ୍ଲୀ (ଓଡ଼ିଶା ୱେୟାର): ଅନୁଦାନ ଦେବାରେ କେନ୍ଦ୍ର ସରକାର ଅବହେଳା କରୁଥିବା ଅଭିଯୋଗ। ଆର୍ଥିକ ବର୍ଷ ସରିବାକୁ ଆଉ ମାତ୍ର ଏକ ମାସ ଥିବାବେଳେ, କେନ୍ଦ୍ର ସରକାର ୬ ହଜାର ୪୦୦ କୋଟି ଟଙ୍କା ମଞ୍ଜୁର କରି ନ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ନୂଆଦିଲ୍ଲୀରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରି ନବୀନ କହିଛନ୍ତି ଯେ,କେନ୍ଦ୍ର ସରକାରଙ୍କ ପକ୍ଷରୁ ଠିକ୍ ସମୟରେ ଅନୁଦାନ ଆସୁନଥିବାରୁ ପ୍ରକଳ୍ପ କ୍ରିୟାନ୍ୱୟନରେ ସମସ୍ୟା ହେଉଛି। ଗୃହ ନିର୍ମାଣ ଯୋଜନାରେ କେନ୍ଦ୍ର ସରକାର ୧୦୦୦ କୋଟି ଟଙ୍କା ଦେବାକୁ ବାକି ରହିଛି।
ସେହିପରି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ୩୭୫ କୋଟି, ମନରେଗା ବାବଦରେ ୪୦୦ କୋଟି ଓ କୃଷି କ୍ଷେତ୍ର ପାଇଁ ୬୫୦ କୋଟି ଟଙ୍କା ଦେଇନାହାନ୍ତି କେନ୍ଦ୍ର ସରକାର। ସେହିପରି ପାନୀୟ ଜଳ ପ୍ରକଳ୍ପରେ ୩ ହଜାର କୋଟି ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରି ସାରିଥିବାବେଳେକେନ୍ଦ୍ର ସରକାର ମାତ୍ର ୧୮୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏଥିରୁ ୧୦୦ କୋଟି ଟଙ୍କା ଆସିଅଥିବାବେଳେ ଆହୁରୀ ୮୦ କୋଟି ଟଙ୍କା ବାକି ରହିଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version