Latest

କୋଭିଡ ଲଢ଼େଇର ସରକାରଙ୍କୁ ସହଯୋଗ କରିବ ବିଜେପି

Posted on

(ଓଡ଼ିଶା ୱେୟାର):ରାଜ୍ୟରେ କରୋନା ମହାମାରୀ ଏବେ କାୟା ବିସ୍ତାର କରିବାରେ ଲାଗିଛି। ଭୂତାଣୁର ବାରମ୍ବାର ହେଉଥିବା ମ୍ୟୁଟେସନ କାରଣରୁ ସଂକ୍ରମଣର ଗତି ତୀବ୍ର ଓ ଘାତକ ହେଉଛି। ଏହାର ମୁକାବିଲା ପାଇଁ ସମସ୍ତଙ୍କୁ ଏକାଠି ଲଢ଼ିବାକୁ ପଡ଼ିବ। ଏହି ଲଢ଼େଇରେ ଜିତିବା ପାଇଁ ରାଜ୍ୟ ସରକାରଙ୍କ ସମସ୍ତ ଯଥାଯୋଗ୍ୟ ଓ ସଠିକ୍ ପଦକ୍ଷେପକୁ ବିଜେପି ସମର୍ଥନ କରିବ ଓ ସରକାରଙ୍କ ସହ ଛିଡ଼ା ହେବ ବୋଲି ପ୍ରତିଶ୍ରୁତି ଦେଇଛି । ଆଜି ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭର୍ଚୁଆଲ ମୋଡରେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଭେଟି ଇ-ମେଲ୍ ଜରିଆରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ଆଲୋଚନାବେଳେ ରାଜ୍ୟ ବିଜେପିର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରାଜ୍ୟରେ ଦୈନିକ ଏକ ଲକ୍ଷରୁ ଅଧିକ କୋଭିଡ୍ ଟେଷ୍ଟିଂ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଡାକ୍ତରଖାନାଗୁଡ଼ିକରେ ଅକ୍ସିଜେନ ବେଡ ସଂଖ୍ୟାକୁ ଦ୍ୱିଗୁଣିତ କରିବା ସହ ଅକ୍ସିଜେନର ଉପଲବ୍ଧତା ରାଜ୍ୟର ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି) ପର‌୍ୟ୍ୟନ୍ତ କରାଇବାକୁ କହିଛନ୍ତି। ସାମାନ୍ୟ ସଂକ୍ରମିତ ରୋଗୀଙ୍କୁ ସିଏଚସିସ୍ତରରେ ପର‌୍ୟ୍ୟନ୍ତ ଚିକିତ୍ସିତ କରାଯିବାର ବ୍ୟବସ୍ଥା ହେଉ ବୋଲି ଦାବି କରିବା ସହ ୫ହଜାର ବେଡ୍ ବିଶିଷ୍ଟ ଏକ ଅସ୍ଥାୟୀ ଡାକ୍ତରଖାନା କୌଣସି ଷ୍ଟାଡ଼ିୟମରେ ଆରମ୍ଭ କରିବା ପାଇଁ ପ୍ରକ୍ରିୟା ତୁରନ୍ତ ଆରମ୍ଭ କରିବାକୁ ବିଜେପି ପ୍ରସ୍ତାବ ଦେଇଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version