Latest

କରୋନା ନେଲା ସାମ୍ବାଦିକଙ୍କ ଜୀବନ

Posted on

ଭୁବନେଶ୍ୱର, (ଓଡ଼ିଶା ୱେୟାର): କାଳ ସାଜିଛି କରୋନା। ଗୋଟିଏ ପରେ ଗୋଟିଏ ଜୀବନ ନେଉଛି ମହାମାରୀ । ପୁଣି ଜଣେ ସାମ୍ବାଦିକଙ୍କ ଜୀବନ ନେଇଛି ରକ୍ତମୁଖା କରୋନା। ଗତ ୧୬ ତାରିଖ ଦିନ ବଲାଙ୍ଗିର ଜିଲ୍ଲାର ବରିଷ୍ଠ ସାମ୍ୱାଦିକ ଜତିଶ ଖମାରୀଙ୍କ କରୋନାରେ ମୃତ୍ୟୁ ଘଟିଛି।

ଲୋକଙ୍କୁ ସଚେତନ କରିବା ପାଇଁ ସଦା ତତ୍ପର ରହି କରୋନା ସଂର୍ପକରେ ଖବର ସଂଗ୍ରହ କରୁଥିଲେ ଜତିଶ। ଆଉ କରୋନା ସହ ଯୁଦ୍ଧ ଲଢୁ ଲଢୁ ନିଜେ ଶିକାର ହୋଇଗଲେ। କରୋନାରେ ଆକ୍ରାନ୍ତ ହେବା ପରେ ପ୍ରଥମେ ତାଙ୍କୁ ପାଟଣାଗଡ଼ ଡାକ୍ତରଖାନା ଓ ପରେ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଧିରେ ଧିରେ ଅକ୍ସିଜେନ ମାତ୍ରା କମିଯିବାରୁ ବଲାଙ୍ଗିରରୁ ଭୂବନେଶ୍ୱର ନେଇ ସେଠାରେ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ୧୬ ତାରିଖରେ ତାଙ୍କର ଜୀବନ ଚାଲିଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୬ବର୍ଷ ହୋଇଥିଲା । ଘରେ ଅସହାୟ ବିଧବା ପତ୍ନୀ ।

Leave a Reply

Your email address will not be published. Required fields are marked *

Most Popular

Exit mobile version