କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କରିଛନ୍ତି ସୁପ୍ରିମକୋର୍ଟ। ୩ ଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣି ହେବ। ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଶୁଣାଣି ହେବ। ଆସନ୍ତା ୨୦ ତାରିଖରେ ଖଣ୍ଡପୀଠ ମାମଲାର ଶୁଣାଣି କରିବେ।କୋଲକାତା ଲଜ୍ଜାକୁ ନେଇ ଦେଶବ୍ୟାପୀ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି। ଏମର୍ଜେନ୍ସିକୁ ଛାଡିଦେଲେ ନ୍ୟାୟ ନମିଳିବା ଯାଏଁ ଡାକ୍ତରମାନେ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି। ଫଳରେ ରୋଗୀ ସେବା ବ୍ୟାହତ ହେଉଛି। ସେହିପରି ଏସସିବିରେ ଦୁଇ ଜଣ ରୋଗୀଙ୍କୁ ଡାକ୍ତର ଦୁଷ୍କର୍ମ କରିଥିବା ବେଳେ ଉତ୍ତରାଖଣ୍ଡରେ ମଧ୍ୟ ଜଣେ ନର୍ସଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି।
ଆଇଏଏସ୍ ସୁଜାତାଙ୍କ ଛୁଟି ଆବେଦନ ଅଗ୍ରାହ୍ୟ, ଆଉ ୬ମାସ ଛୁଟି ମାଗିଥିଲେ
ଭୁବନେଶ୍ୱର(ଓଡ଼ିଶା ୱେୟାର): ୨୦୦୦ ବ୍ୟାଚ୍ ଆଇଏଏସ୍ ସୁଜାତା କାର୍ତ୍ତିକେୟନ ରାଉତଙ୍କୁ ଶକ୍ତ ଝଟକା । ବିଜେଡିର ନିର୍ବାଚନୀ ବିପର୍ଯ୍ୟୟ ପରେ ମେ’ ୩୧ରୁ ୬ମାସ ଛୁଟିରେ ଯାଇଥିବା...