Latest

ଗୁନ ହତ୍ଯା ମାମଲା: ନିର୍ଦ୍ଦୋଶରେ ଖଲାସ ହେଲେ ୫ ଅଭିଯୁକ୍ତ

Posted on

ପୁରୀ(ଓଡ଼ିଶା ୱେୟାର) : ୨୦୧୨ ସେପ୍ଟେମ୍ବର ୧୨ ତାରିଖରେ କାଉନସିଲର ତଥା ସେବାୟତ ତଳୁଛ ଭଗବାନ ମହାପାତ୍ରଙ୍କୁ ମଣିକର୍ଣ୍ଣିକା ସାହି ଜାଗା ଘର ନିକଟରେ ଗୁଳି କରି ହତ୍ଯା କରାଯାଇଥତ୍ବା ମାମଲାରେ ଅଭିଯୁକ୍ତ ଥତ୍ବା ୫ଜଣଙ୍କୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି କୋର୍ଟ । ପୁରୀର ବହୁଚର୍ଚ୍ଚିତ ଭଗବାନ ମହାପାତ୍ର ଓରଫ ଗୁନ ସିଂହାରୀ ହତ୍ଯା ମାମଲାର ଏଭଳି କିଛି ରାୟ ପ୍ରକାଶ ପାଇଛି । ଘଟଣାରେ ମୁଖ୍ଯ ଅଭିଯୁକ୍ତ କୁହାଯାଉଥତ୍ବା ସର୍ବେଶ୍ବର ଆପଟ୍ଟଙ୍କ ସମେତ ୫ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଅତିରିକ୍ତ ସେସନ୍ସ କୋର୍ଟ ଏହି ହତ୍ଯାକାଣ୍ଡ ମାମଲାର ଶୁଣାଣି କରି ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଟାଉନ ଥାନା ପୋଲିସ ହତ୍ଯା ମାମଲା ରୁଜୁ କରି ମୁଖ୍ଯ ଅଭିଯୁକ୍ତ ସର୍ବେଶ୍ୱର ଆପଟ, କୃଷ୍ଣଚନ୍ଦ୍ର ପ୍ରତିହାରୀ ସମେତ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଅତିରିକ୍ତ ସେସନସ ଜଜ କୋର୍ଟ ରେ ମାମଲାର ବିଚାର ଚାଲିଥିଲା। ସମୟରେ ପୋଲିସ ପକ୍ଷରୁ ଦାଖଲ ହୋଇଥିବା ତଥ୍ଯ ପ୍ରମାଣକୁ କୋର୍ଟ ଖାରଜ କରି ସମସ୍ତ ଅଭିଯୁକ୍ତଙ୍କୁ ନିଦର୍ବନ୍ଦ୍ବରେ ଖଲାସ କରିଛନ୍ତି ।

Leave a Reply

Your email address will not be published. Required fields are marked *

Most Popular

Exit mobile version