Latest
ଗୋ ମାଂସ ରାନ୍ଧିବା ଘଟଣା: ୭ ଜଣ ଛାତ୍ର ହେଲେ ବହିଷ୍କୃତ
ପାରଳା ମହାରାଜା ଇଞ୍ଜିନୟରିଂ କଲେଜରେ ଗୋ ମାଂସ ରାନ୍ଧିବା ଘଟଣାରେ ୭ ଜଣଙ୍କୁ କଲେଜ ଅଧ୍ୟକ୍ଷ ବହିଷ୍କାର କରିଛନ୍ତି। ଗତ ୧୧ ତାରିଖରେ ଛାତ୍ର ଗୋ ମାଂସ ରାନ୍ଧିଥିଲେ। କିଛି ଛାତ୍ରଙ୍କୁ ଗୋ ମାଂସ ଖାଇବାକୁ ଦେବାରୁ ଘଟଣା ସାମ୍ନାକୁ ଆସିଥିଲା। ଏ ନେଇ କଲେଜରେ ଉତ୍ତେଜନା ମଧ୍ୟ ବଢିଥିଲା। ସ୍ଥିତି ଅନୁଧ୍ୟାନ ପରେ ଛାତ୍ରଙ୍କୁ ବହିଷ୍କାର କରାଯାଇଛି। କଲେଜ ପରିସରରେ ଉତ୍ତେଜନା ଲାଗି ରାହିଥିବାରୁ ୧ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି।