Latest

ଘରେ ପ୍ରସ୍ତୁତ କରନ୍ତୁ ମାଛ ରେସପି

Posted on

ଆବଶ୍ୟକ ସାମଗ୍ରୀ: ମାଛ (ବଡ଼ ପିସ୍‌), ଲୁଣ, ହଳଦୀ, ପିଆଜ, ରସୁଣ, ଅଦା, ଜିରା, ଟମାଟୋ, କଞ୍ଚାଲଙ୍କା, ଲଙ୍କା ଗୁଣ୍ଡ, ଗରମ ମସଲା, ତେଜପତ୍ର, ଦହି, ସୋରିଷ ତେଲ, ଚିନି ଓ ଶୁଖିଲା ଲଙ୍କା

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପ୍ୟାନ୍‌ରେ ସୋରିଷ ତେଲ ଗରମ କରି ସେଥିରେ କଟା ଯାଇଥିବା ପିଆଜକୁ ଭାଜି ଦିଅନ୍ତୁ। ଏହାକୁ ଏକ ପାତ୍ର ରଖିବା ପରେ ପ୍ୟାନ୍‌ରେ ମାଛ ପିସ୍ ଗୁଡ଼ିକୁ ଭାଜନ୍ତୁ।

ଏହାପରେ ପ୍ୟାନ୍‌ରେ ଆଉ କିଛି ସୋରିଷ ତେଲ ପକାନ୍ତୁ। ତେଲ ଗରମ ହେଲେ ସେଥିରେ କିଛି ଚିନି, ଶୁଖିଲା ଲଙ୍କା, ତେଜପତ୍ର ଓ ଗରମ ମସଲା ପକାନ୍ତୁ। ତା’ପରେ ସେଥିରେ ପିଆଜ, ରସୁଣ, ଅଦା ଓ ଜିରାର ପେଷ୍ଟ ପକାଇ ଦୁଇ ତିନି ମିନିଟ ଯାଏ ଭାଜନ୍ତୁ। ଏହା ପରେ ସେଥିରେ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ଓ ଲୁଣ ପକାଇ ଗୋଳାନ୍ତୁ। ତା’ପରେ ସେଥିରେ କଟା ଟମାଟୋ ପକାଇ ସାମାନ୍ୟ ପାଣି ଦେଇ ଆଞ୍ଚକୁ ଧିମା ରଖି ପ୍ୟାନ୍‌କୁ ଘୋଡ଼ାଇ ଦିଅନ୍ତୁ। ୫ରୁ ୭ ମିନିଟ ପରେ ଘୋଡ଼ଣୀ ବାହାର କରି ମସଲାକୁ ଭଲ ଭାବେ କଷନ୍ତୁ।

ତେଲ ଉପରକୁ ଆସିଲେ ଗ୍ୟାସ୍ ବନ୍ଦ କରି ଦିଅନ୍ତୁ। ମସଲା ସାମାନ୍ୟ ଥଣ୍ଡା ହେବା ପରେ ସେଥିରେ ଦହି ମିଶାନ୍ତୁ। ଏହାପରେ ପୁଣି ଥରେ ଗ୍ୟାସ ଅନ୍ କରି ଦହି ମିଶା ମସଲାକୁ ଫୁଟିବାକୁ ଛାଡ଼ି ଦିଅନ୍ତୁ। ଏହାପରେ ସେଥିରେ ପୂର୍ବରୁ ଭାଜି ରଖିଥିବା ପିଆଜରୁ କିଛି ଓ ଗରମ ମସଲା ପକାନ୍ତୁ।

ଏବେ ସେଥିରେ ଆବଶ୍ୟକ ମୁତାବକ ପାଣି ଦେଇ ଭଲ ଭାବେ ଫୁଟିବାକୁ ଛାଡ଼ି ଦିଅନ୍ତୁ। ପାଣି ଫୁଟିବା ପରେ ସେଥିରେ ଭଜା ମାଛ ପକାଇ ଆଞ୍ଚକୁ ଧିମା କରି ଦିଅନ୍ତୁ। ଏହା ସହିତ ସେଥିରେ ଅବଶିଷ୍ଟ ଭଜା ପିଆଜ ସହିତ ଆଉ ଟିକେ ଗରମ ମସଲା ଏବଂ କଞ୍ଚାଲଙ୍କା ପକାନ୍ତୁ। ଏହାକୁ କିଛି ସମୟ ଫୁଟିବାକୁ ଛାଡ଼ି ଦିଅନ୍ତୁ। ତା’ ପରେ ଗ୍ୟାସ ବନ୍ଦ କରି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମାଛ ରେସପି। ଏବେ ତାହାକୁ ପ୍ଲେଟରେ ସର୍ଭ କରନ୍ତୁ।

Leave a Reply

Your email address will not be published. Required fields are marked *

Most Popular

Exit mobile version