ଭୁବନେଶ୍ୱର : ୨୦୧୬ ମସିହାର ଓଡ଼ିଶା ପ୍ରଶାସନିକ ସେବା(ଓଏଏସ) ପରୀକ୍ଷାରେ ଚିନ୍ମୟୀ ଚେତନା ଦାଶ ଟପ୍ପର ହୋଇଛନ୍ତି । ତାଙ୍କ ସହିିତ ମୋଟ ୧୪୫ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବାବେଳେ ପ୍ରଥମ ୧୦ଜଣଙ୍କ ମଧ୍ୟରେ ୩ଜଣ ମହିଳା ଅଛନ୍ତି । ସିଭିଲ ଇଞ୍ଜିନିୟରିଂ ଡିଗ୍ରୀଧାରୀ ଚିନ୍ମୟୀ ଏବେ କିଟ୍ ବିଶ୍ୱବିଦ୍ୟାଳୟରେ ଅଧ୍ୟାପିକା ଭାବେ କାର୍ଯ୍ୟରତ ଅଛନ୍ତି ।
ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ପକ୍ଷରୁ ଆଜି ପ୍ରକାଶିତ ପରୀକ୍ଷା ଫଳ ଅନୁସାରେ ମୋଟ ୨୦୧୬ ମସିହାର ଓଏଏସ ପରୀକ୍ଷାରେ ମୋଟ୧୪୫ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଚିନ୍ମୟୀ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ସଂକଳ୍ପ ସ୍ୱସ୍ତିକ ସାହୁ ଦ୍ୱିତୀୟ, ଜ୍ଞାନରଞ୍ଜନ ବିଶ୍ୱାଳ ତୃତୀୟ, ଦେବାଶିଷ ମହାପାତ୍ର ଚତୁର୍ଥ, ସନ୍ତକ ଜେନା ପଞ୍ଚମ, ପ୍ରଜେଶକାନ୍ତ ଜେନା ଷଷ୍ଠ, ଦୁର୍ଗାପ୍ରସାଦ ଦୋରା ସପ୍ତମ, ଶୁଭଶ୍ରୀ ପ୍ରିୟଦର୍ଶିନୀ ଅଷ୍ଟମ, କଲ୍ୟାଣ ସୌରଭ ଦାଶ ନବମ ଓ ମୋନାଲିସା ପଣ୍ଡା ଦଶମ ସ୍ଥାନ ଅଧିକାର କରିଛନ୍ତି ।
ଆଇଏଏସ୍ ସୁଜାତାଙ୍କ ଛୁଟି ଆବେଦନ ଅଗ୍ରାହ୍ୟ, ଆଉ ୬ମାସ ଛୁଟି ମାଗିଥିଲେ
ଭୁବନେଶ୍ୱର(ଓଡ଼ିଶା ୱେୟାର): ୨୦୦୦ ବ୍ୟାଚ୍ ଆଇଏଏସ୍ ସୁଜାତା କାର୍ତ୍ତିକେୟନ ରାଉତଙ୍କୁ ଶକ୍ତ ଝଟକା । ବିଜେଡିର ନିର୍ବାଚନୀ ବିପର୍ଯ୍ୟୟ ପରେ ମେ’ ୩୧ରୁ ୬ମାସ ଛୁଟିରେ ଯାଇଥିବା...