Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ମହାନଗର

ମହିଳା ସଶକ୍ତିକରଣରେ ଓଡ଼ିଶା ଆଗୁଆ : ନବୀନ

ଭୁବନେଶ୍ୱର : ମହିଳା ସଶକ୍ତିକରଣ କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଆଗୁଆ ବୋଲି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ବିଜୁବାବୁଙ୍କ ଆଦର୍ଶରେ ଗଠିତ ବିଜେଡି ସର୍ବଦା ମା’ଙ୍କର ସଶକ୍ତିକରଣ ପାଇଁ ସମର୍ପିତ ଓ ବିଜୁବାବୁ ଶାସନରେ ଥିବାବେଳେ ଓଡ଼ିଶାରେ ମହିଳାଙ୍କ ପାଇଁ ଏକ ନୂଆ ଯୁଗ ଆରମ୍ଭ ହୋଇଥିଲା ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ବିଶ୍ୱ ମହିଳା ଦିବସ ଅବସରରେ ବିଜେଡି ମହିଳା ଶାଖା ପକ୍ଷରୁ ଦଳୀୟ ରାଜ୍ୟ କାର୍ଯ୍ୟାଳୟ ଠାରେ ସଭାନେତ୍ରୀ ବିଧାୟିକା ପ୍ରମିଳା ମଲିକଙ୍କ ସଭାପତିତ୍ୱରେ ମହିଳା ଦିବସ ପାଳନ ହୋଇଯାଇଛି । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‍ଘାଟନ କରିଥିଲେ । ବିଶ୍ୱ ମହିଳା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜ୍ୟର ମା’ମାନଙ୍କୁ ଓ ସଭାରେ ଉପସ୍ଥିତ ମହିଳାମାନଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ ଯେ ,ବିଜୁବାବୁଙ୍କ ଆଦର୍ଶରେ ଗଠିତ ବିଜୁ ଜନତା ଦଳ ମା’ମାନଙ୍କର ସଶକ୍ତିକରଣ ପାଇଁ ସମର୍ପିତ । ଆପଣମାନେ ଜାଣନ୍ତି, ମହିଳାମାନଙ୍କ ଅଧିକାରର ସୁରକ୍ଷା ପାଇଁ ବିଜୁବାବୁ ଅନେକ ଐତିହାସିକ ପଦକ୍ଷେପ ନେଇଥିଲେ । ପଞ୍ଚାୟତିରାଜ ଓ ସରକାରୀ ଚାକିରିରେ ସଂରକ୍ଷଣ ଠାରୁ ଆରମ୍ଭ କରି ମହିଳା କମିଶନ ଗଠନ ଓ ଯୌତୁକ ଆଇନ୍‍କୁ କାର୍ଯ୍ୟକାରୀ କରିବା ପର୍ଯ୍ୟନ୍ତ ଅନେକ ପଦକ୍ଷେପ ନେଇ ଓଡ଼ିଶାରେ ମହିଳାମାନଙ୍କ ପାଇଁ ଏକ ନୂଆ ଯୁଗ ଆରମ୍ଭ କରିଥିଲେ । ନିକଟରେ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ କିଛି ମହିଳା ପଞ୍ଚାୟତ ପ୍ରତିନିଧିମାନଙ୍କ ସହିତ ସିଧାସଳଖ ଆଲୋଚନା ହୋଇଥିଲା । ଗାଁର ବିକାଶ ପାଇଁ ସେମାନଙ୍କ ପ୍ରତିଶ୍ରୁତିବଦ୍ଧତା ଦେଖି ମୁଁ ବହୁତ ଖୁସି ହୋଇଥିଲି । ସେହିପରି ମମତା ଓ ମିଶନ ଶକ୍ତି ଆଦି କାର୍ଯ୍ୟକ୍ରମରେ ମା’ମାନଙ୍କର ସାମାଜିକ, ଅର୍ଥନୈତିକ ସଶକ୍ତିକରଣକୁ ଜୋରଦାର କରାଯାଇପାରିଛି । ମହିଳାମାନଙ୍କର ସଂପୂର୍ଣ୍ଣ ସଶକ୍ତିକରଣ ଆମର ଲକ୍ଷ୍ୟ । ଆମ ଦଳ ଆଜି ୧୮ବର୍ଷ ଧରି ଓଡ଼ିଶାବାସୀଙ୍କ ଆଶୀର୍ବାଦ ପାଇପାରିଛି । ଆମ ଦଳର ସଂଗଠନକୁ ସୁଦୃଢ଼ କରିବାରେ ମା’ମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ସେଥିପାଇଁ ମୁଁ ସେମାନଙ୍କୁ ଧନ୍ୟବାଦ ଦେଉଛି । ଆପଣମାନେ ସହର ଓ ଗାଁର ପ୍ରତି ପରିବାର ସହିତ ଯୋଡ଼ି ହୁଅନ୍ତୁ, ମା’ମାନଙ୍କ ପାଇଁ ଥିବା ଯୋଜନା ଓ ସୁବିଧା ସଂପର୍କରେ ସେମାନଙ୍କୁ ସଚେତନ କରନ୍ତୁ । ଆପଣମାନଙ୍କ ସହଯୋଗରେ ରାଜ୍ୟରେ ମା’ମାନଙ୍କର ସଶକ୍ତିକରଣ ଆହୁରି ଦୃଢ଼ ହେବ ଏବଂ ବିଜୁ ଜନତା ଦଳ ଆହୁରି ମଜଭୁତ ହୋଇପାରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।
ସଭାନେତ୍ରୀ ଶ୍ରୀମତୀ ମଲିକ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଉଷା ଦେବୀ, ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଟୁକୁନି ସାହୁ, ମେୟର ଅନନ୍ତ ନାରାୟଣ ଜେନା, ମହିଳା ସମବାୟ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ପ୍ରମୁଖ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ପୂର୍ବରୁ ମହିଳାମାନଙ୍କୁ ରାଜନୀତି କ୍ଷେତ୍ରରେ ଆଗକୁ ଆଣିବା ପାଇଁ ପ୍ରବାଦ ପୁରୁଷ ବିଜୁବାବୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରି ଦେଶରେ ଏକ ନୂତନ ଇତିହାସ ସୃଷ୍ଟି କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ପାଦେ ଆଗେଇ ଯାଇ ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନରେ ୫୦ ପ୍ରତିଶତ ସ୍ଥାନ ମହିଳାଙ୍କ ପାଇଁ ସଂରକ୍ଷିତ ରଖିବା ସହ ଜିଲ୍ଲା ଯୋଜନା ବୋର୍ଡରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଭ୍ୟପଦ ସଂରକ୍ଷିତ ରଖି ଦେଶରେ ଆଉ ଏକ ନୂତନ ଇତିହାସ ସୃଷ୍ଟି କରିଛନ୍ତି ବୋଲି କହିଥିଲେ । ରାଜ୍ୟ ସରକାର କିଶୋରୀ ବାଳିକାମାନଙ୍କୁ ମାଗଣାରେ ସାନିଟାରୀ ନାପ୍‍କିନ୍‍ ଯୋଗାଇବାକୁ ‘ଖୁସି’ ଯୋଜନା ଆରମ୍ଭ କରିଛନ୍ତି । ଏହାଦ୍ୱାରା ୧୭ଲକ୍ଷରୁ ଅଧିକ ଛାତ୍ରୀ ଉପକୃତ ହେବେ । ଏହିଭଳି ଅନେକ ଯୋଜନା ପ୍ରଣୟନ କରି ମହିଳା ସମାଜର ସର୍ବାଙ୍ଗୀନ ବିକାଶ ଓ ମହିଳାମାନଙ୍କ ସୁରକ୍ଷା ସମ୍ମାନ ପାଇଁ କରିଛନ୍ତି ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ସାଂସଦ ସରୋଜିନୀ ହେମ୍ବ୍ରମ୍‍, ବିଧାୟିକା ନନ୍ଦିନୀ ଦେବୀ, ରୀତା ସାହୁ, ଲତିକା ପ୍ରଧାନ, ନାରୀ ନେତ୍ରୀ ସୁନନ୍ଦା ଶତପଥୀ, ଡେପୁଟି ମେୟର କେ. ଶାନ୍ତି, ଗୀତା ବସ୍ତିଆ, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ଭାରତୀ ସିଂହ, ମହାମାୟା ସ୍ୱାଇଁ, ସନ୍ଧ୍ୟା ବିଶ୍ୱାଳ, ପୂଜାରିଣୀ ବଳ, ପ୍ରୀତିନନ୍ଦା ରାଉତରାୟ, ଏଲିନା ଦାଶ, ସୁଲତା ଦେଓ, ସୁଲୋଚନା ଦାସ, ସଂଯୁକ୍ତା ମହଲ ପ୍ରମୁଖଙ୍କ ସମେତ ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତା ଓ ଦଳୀୟ ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top