Latest

ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣା: ପୋଷ୍ଟମର୍ଟମ ରିପୋର୍ଟ ଆତ୍ମହତ୍ୟା

Posted on

ଯାଜପୁର,(ଓଡ଼ିଶା ୱେୟାର) : ଯାଜପୁର ଜିଲ୍ଲା ବଡଚଣା ଅଞ୍ଚଳରେ ହଷ୍ଟେଲ ଭିତରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣା । ଆସିଲା ମୃତ ଛାତ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ।ରିପୋର୍ଟରେ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ଜବତ ହୋଇଥିବା ସୁଇସାଇଡାଲ ନୋଟକୁ ପରୀକ୍ଷା ପାଇଁ ପଠାଯାଇଛି। ସେଥିରେ ମୃତ ଛାତ୍ରୀ ଜଣଙ୍କ ଅନେକ କଥା ଲେଖିଛନ୍ତି। ସେ ବାପା ଓ ମାଆଙ୍କୁ ସରି କହିବା ସହ, ପ୍ରଭୁ ମୋତେ ଆର ଜନ୍ମରେ ମଣିଷ ଜନ୍ମ ଦେବ ନାହିଁ ବୋଲି ଲେଖିଛନ୍ତି। ମଣିଷ ଜୀବନ ଭାରି କଷ୍ଟ।
ଆଇ ହେଟ୍‌ ମାଇଁ ଲାଇଫ ଭେରୀ ମଚ୍‌ ବୋଲି ଲେଖିଛନ୍ତି। ସେ ମାନସିକ ଚାପରେ ଥିବା ସନ୍ଦେହ କରାଯାଉଛି। ସୁଇସାଇଡାଲ ନୋଟ୍‌ରେ ଉଲ୍ଲେଖ ଥିବା ଅଧ୍ୟାପକ ଓ ଛାତ୍ରୀଙ୍କୁ ପୋଲିସ ପଚରାଉଚରା କରି ତାଙ୍କ ବୟାନ ରେକର୍ଡ କରିଛି। ମୃତ ଛାତ୍ରୀଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯିବା ପରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ସାଇଣ୍ଟିଫିକ ଟିମର ସହାୟତା ନେଇ ତଦନ୍ତ କରିଥିଲା।

Leave a Reply

Your email address will not be published. Required fields are marked *

Most Popular

Exit mobile version