ରାଜ୍ୟ

ଜଗା-ବଳିଆଙ୍କୁ ଓଡ଼ିଶା ସ୍ଥାନାନ୍ତର କରାଯାଇପାରିବ : ଏମସ

Posted on

ଭୁବନେଶ୍ୱର : ଚିକିତ୍ସା ପରେ ମୁଣ୍ଡ ଅଲଗା ହୋଇଥିବା ଜଗା ଓ ବଳିଆଙ୍କୁ ଶିଶୁଙ୍କ ଚିକିତ୍ସା ସୁବିଧା ଥିବା ଓଡ଼ିଶାର ଯେକୌଣସି ରାଜ୍ୟସ୍ତରୀୟ ହସ୍ପିଟାଲରେ ଚିକିତ୍ସା କରାଯାଇପାରିବ ବୋଲି ନୂଆଦିଲ୍ଲୀସ୍ଥିତ ଏମସ କର୍ତ୍ତୃପକ୍ଷ କହିଛନ୍ତି । ଜାତୀୟ ମାନବାଧିକାର କମିଶନଙ୍କୁ ଏ ସମ୍ପର୍କରେ ଏମସ କର୍ତ୍ତୃପକ୍ଷ ଅବଗତ କରାଇଛନ୍ତି । ମୁଣ୍ଡ ଅଲଗା ହେବା ପରେ ଏବେ ଜଗା ଓ ବଳିଆ ସୁସ୍ଥ ଅଛନ୍ତି ତଥା ସେମାନେ ଆଇସିୟୁରେ ରହିବା କିମ୍ବା ସ୍ପେଶାଲ କେୟାରରେ ରହିବାର ଆବଶ୍ୟକତା ନାହିଁ ବୋଲି ଏମସ କର୍ତ୍ତୃପକ୍ଷ କହିଛନ୍ତି । ସୁପ୍ରିମକୋର୍ଟ ଆଡଭୋକେଟ୍ ରାଧାକାନ୍ତ ତ୍ରିପାଠୀଙ୍କ ଆବେଦନ ଉପରେ ଜାତୀୟ ମାନବାଧିକାର କମିଶନ ଗତ ମାସରେ ଏମ୍ସ କର୍ତ୍ତୃପକ୍ଷଙ୍କୁ ନୋଟିସ୍ ଜାରି କରି ଜବାବ ଦାଖଲ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଶ୍ରୀ ତ୍ରିପାଠୀ ଅଭିଯୋଗ କରିଥିଲେ ଯେ କନ୍ଧମାଳର ଏହି ଶିଶୁଙ୍କ ଚିକିତ୍ସା ସୁବିଧା ଭୁବନେଶ୍ୱରରେ ଉପଲବ୍ଧ ନଥିବାବେଳେ ଏମ୍ସ କର୍ତ୍ତୃପକ୍ଷ ସେମାନଙ୍କୁ ଓଡ଼ିଶା ପଠାଇ ଦେବାକୁ ଯୋଜନା କରୁଛନ୍ତି । ସୂଚନାଯୋଗ୍ୟ ଗତବର୍ଷ ଅକ୍ଟୋବର ମାସରେ ପ୍ରାୟ ୨୧ଘଣ୍ଟାର ଅସ୍ତ୍ରୋପଚାର ପରେ ଏହି ଦୁଇ ଶିଶୁଙ୍କ ଯୋଡ଼ା ମୁଣ୍ଡକୁ ଅଲଗା କରାଯାଇଥିଲା । ରାଜ୍ୟ ସରକାର ଏହି ଶିଶୁ ଦ୍ୱୟଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିଥିଲେ ।

Leave a Reply

Your email address will not be published. Required fields are marked *

Most Popular

Exit mobile version