ବିଶେଷ
ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ୧୦ ଘୋଷଣା
ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ଟି ପ୍ରମୁଖ ଘୋଷଣା କରିଛନ୍ତି । ଏଥିରେ ସମ୍ବଲପୁର ଭଳି ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ସାଇନ୍ସ ପାର୍କ ଗଠନ, ବିକାଶମୂଳକ କାର୍ଯ୍ୟରେ ସମସ୍ୟା ହେଉଥିବାରୁ ପୁରୀ ଜିଲ୍ଲାରେ ସ୍ୱତନ୍ତ୍ର ପ୍ରୋଟୋକଲ ୟୁନିଟ୍ ସ୍ଥାପନ, ନୂଆପଡ଼ା ଜିଲ୍ଲାର ୩୦୦ ଗାଁକୁ ଫ୍ଲୋରାଇଡ୍ ମୁକ୍ତ ଶୁଦ୍ଧ ପାନୀୟ ଜଳଯେଗ।।ଣ, କ୍ୟାନସର ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଥିବା ସ୍ଥାନରେ କେମୋଥେରାପି ସୁବିଧା, କୋରାପୁଟ ଜିଲ୍ଲାରେ ୭ଟି ରେଳବାଇ ଅଣ୍ଡରପାସ୍, ଜିଲ୍ଲାସ୍ତରରେ ନିର୍ମାଣ ଶ୍ରମିକ ପେନସନ୍ ମଞ୍ଜୁର କରିବାର ପ୍ରାବଧାନ, ମରୁଡ଼ି ଅଂଚଳରେ ଅଚଳ ଉଠାଜଳସେଚନ ପଏଂଟକୁ ପ୍ରାଥମିକତା ଭିତିରେ ମରାମତି, ଜିଲ୍ଲାଗୁଡ଼ିକରେ ୧୨୧ଟି ଡାଏଲେସିସ୍ ୟୁନିଟ୍ ସ୍ଥାପନ, ଡାକ୍ତର ସମସ୍ୟା ଏଡ଼ାଇବା ନିମନ୍ତେ କେବିକେ ଜିଲ୍ଲା ପାଇଁ ଉଦ୍ଦିଷ୍ଟ ସ୍ୱାସ୍ଥ୍ୟ ବିଭାଗର କର୍ପସ ପାଣ୍ଠିକୁ ଏଣିିକି ସମସ୍ତ ଆଦିବାସୀ ଅଧ୍ୟୁଷ୍ୟିତ ଜିଲ୍ଲାକୁ ସମ୍ପ୍ରସାରଣ ଏବଂ ଭଦ୍ରକ,ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲାର ଲୁଣା ଅଂଚଳରେ ମେଗା ପାଇପ୍ ଜଳ ଯୋଗାଣ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଘୋଷଣା କରିଛନ୍ତି ।