ରାଜ୍ୟ
ଜୁନରୁ ଓଡ଼ିଶାରେ ଇ-ୱେବିଲ୍ ବ୍ୟବସ୍ଥା
ଭୁବନେଶ୍ୱର : ଆସନ୍ତା ଏପ୍ରିଲ ପହିଲାରୁ ସମଗ୍ର ଦେଶରେ ଆନ୍ତଃରାଜ୍ୟ ଇ-ୱେବିଲ୍ ବ୍ୟବସ୍ଥା ଲାଗୁ ହେବାକୁ ଥିବାବେଳେ ଓଡ଼ିଶାରେ ଏହା ଜୁନ୍ ମାସରୁ କାର୍ଯ୍ୟକାରୀ ହେବ ବୋଲି ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି ।
ନୂଆଦିଲ୍ଲୀରେ ଜିଏସ୍ଟି କାଉନ୍ସିଲର ୨୬ତମ ବୈଠକରେ ଯୋଗ ଦେଇ ଫେରିବା ପରେ ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ ଟିକସ ଫାଇଲିଂର ସରଳୀକରଣ ଉପରେ ବୈଠକରେ ସହମତି ପ୍ରକାଶ ପାଇନଥିବା ଯୋଗୁ ଜିଏସ୍ଟି ମନ୍ତ୍ରିସ୍ତରୀୟ ବୈଠକରେ ଏନେଇ ପୁଣି ଆଲୋଚନା ହେବ ଓ ସମାଧାନ ବାହାରିବ । ତାହା ଜିଏସ୍ଟି କାଉନ୍ସିଲର ପରବର୍ତ୍ତୀ ବୈଠକରେ ଅନୁମୋଦିତ ହେବ । ସେହିପରି ଟିଡିଏସ୍ ବ୍ୟବସ୍ଥା ମଧ୍ୟ ଜୁଲାଇ ମାସରୁ କାର୍ଯ୍ୟକାରୀ କରାଯିବ । ବୈଠକରେ ଅତ୍ୟଧିକ ମୁନାଫା ରୋକିବା ପାଇଁ ଉଦ୍ଦିଷ୍ଟ ପ୍ରାଧିକରଣର ବିଭିନ୍ନ ବ୍ୟବସ୍ଥାରେ ସଂଶୋଧନ କରାଯାଇଛି ବୋଲି ସେ କହିଛନ୍ତି ।