ତିରୁପତି ଲଢୁ ବିବାଦରେ ତଦନ୍ତ ପାଇଁ ସୁପ୍ରିମକୋର୍ଟ ଏକ ସ୍ବାଧୀନ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ବା ଏସଆଇଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।। ଏହି ଏସଆଇଟିରେ ଦୁଇଜଣ ସିବିଆଇ ଅଧିକାରୀ, ଆନ୍ଧ୍ରପ୍ରଦେଶର ଦୁଇଜଣ ପୋଲିସ ଅଧିକାରୀ ଏବଂ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆର ଜଣେ ବରିଷ୍ଠ ଅଧିକାରୀ ସାମିଲ ହେବେ। ଏସଆଇଟିର ତଦନ୍ତ ଅନୁଧ୍ୟାନ କରିବେ ସିବିଆଇ ନିର୍ଦ୍ଦେଶକ। ପୂର୍ବରୁ ଆନ୍ଧ୍ର ସରକାରଙ୍କ ଦ୍ୱାରା ଗଠିତ ଏସଆଇଟି ବଦଳରେ ନୂଆ ଏସଆଇଟି ଗଠନ କରାଯାଇ ତଦନ୍ତ କରାଯିବ।
ଆଜି ଏହି ମାମଲାରେ ବିଭିନ୍ନ ପିଟିସନର ଶୁଣାଣି କରି କୋର୍ଟ କହିଛନ୍ତି ଯେ ଏହି ଅଭିଯୋଗ ଏବଂ ପ୍ରତିଅଭିଯୋଗ ପରେ ଲଡୁ ତିଆରି ଗୁଣବତ୍ତା ଉପରେ ଯାଞ୍ଚ କରିବାକୁ ଏହି ନିର୍ଦ୍ଦେଶ ଦିଆଯାଇଛି। ହେଲେ କୋର୍ଟର ଏହି ନିଷ୍ପତ୍ତିକୁ ରାଜନୈତିକ ଯୁଦ୍ଧକ୍ଷେତ୍ର ଭାବରେ ବ୍ୟବହାର କରାଯିବା ଉଚିତ୍ ନୁହେଁ।ସୂଚନା ଅନୁସାରେ ଗତ ମାସର ୧୮ ତାରିଖ ଦିନ ଶ୍ରୀ ନାଇଡୁ ଅଭିଯୋଗ କରିଥିଲେ ଯେ ପୂର୍ବର ଜଗନ୍ ମୋହନ ରେଡ୍ଡୀଙ୍କ ନେତୃତ୍ୱାଧୀନ ସରକାରଙ୍କ କାର୍ଯ୍ୟକାଳ ସମୟରେ ତିରୁପତି ଲଡୁ ପ୍ରସ୍ତୁତିରେ ପଶୁ ଚର୍ବି ବ୍ୟବହାର କରାଯାଉଥିଲା। ଏହାପରେ ଗୁଜରାଟର ଏକ ଘରୋଇ ସଂସ୍ଥାରେ ତିରୁପତି ମନ୍ଦିରରେ ବ୍ୟବହୃତ ହେଉଥିବା ଘିଅର ମାନକ ପରୀକ୍ଷଣ କରାଯାଇଥିଲା। ଏଥିରେ ମାଛ ତେଲ, ଘୁଷୁରି ଏବଂ ଗୋ-ଚର୍ବି ମିଶ୍ରିତ ହେଉଥିବା କୁହାଯାଇଥିଲା।