Latest

ଦିନେ ଦୁଇଦିନ ଭିତରେ ରାଜ୍ୟରେ ଦୂରହେବ ଆଳୁ ସମସ୍ୟା

Posted on

ରାଜ୍ୟରେ ଦିନକୁ ଦିନ ବେଲଗାମ ହେଉଛି ଆଳୁ ଦର । ପଶ୍ଚିମବଙ୍ଗରୁ ଠିକ୍ ସମୟରେ ଆଳୁ ଟ୍ରକ୍ ନ ଆସିବାରୁ ଚାହିଦା ଅନୁସାରେ ଆଳୁ ନ ଥିବାରୁ ଦର ବଢ଼ିବାରେ ଲାଗିଛି। କେଉଁଠି ଆଳୁ କିଲୋଗ୍ରାମ୍ ପିଛା ୬୦ ଟଙ୍କା ଥିବା ବେଳେ ଆଉ କେଉଁ କେଉଁ ଜାଗାରେ ୭୦ ଟଙ୍କା ରହିଥିବା ବେଳେ ମୁଣ୍ଡବିନ୍ଧାର କାରଣ ପଲଟିଲାଣି ଆଳୁ ସମସ୍ୟା ।ତେବେ ଦିନେ ଦୁଇଦିନରେ ପରିସ୍ଥିତି ସ୍ୱାଭାବିକ ହୋଇଯିବ ବୋଲି କହିଛନ୍ତି ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଆଳୁ ସମସ୍ୟାକୁ ନେଇ ଆତଙ୍କିତ ନହେବାକୁ ଖାଉଟିଙ୍କୁ ପରାମର୍ଶ ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ସେ କହିଛନ୍ତି ଲୋକେ ଆଳୁର ଅଭାବ ନେଇ ଆତଙ୍କିତ ହୁଅନ୍ତୁ ନାହିଁ। ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶରୁ ଆଳୁ ଆସିବ। ସବୁ ଆଡୁ ଆଳୁ ଆସି ରାଜ୍ୟର ଗୋଦାମରେ ଭର୍ତ୍ତି ହୋଇଯିବ। ଦିନେ, ଦୁଇ ଦିନ ମଧ୍ୟରେ ଆଳୁ ଅଭାବ ସମସ୍ୟାର ସମାଧାନ ହେବ। ବ୍ୟବସାୟୀମାନେ ନିର୍ଦ୍ଦେଶ ଅନୁଯାୟୀ କାମ କରୁଛନ୍ତି ।ଅନ୍ୟପଟେ ଭୁବନେଶ୍ବର ଆଇଗିଣିଆ କୁବେରପୁରୀ ଆଳୁ ଗଦିରେ ପହଞ୍ଚିଲା ଆଳୁ। ଆଜି ସକାଳୁ ୫ ଟ୍ରକ ଆଳୁ ପଶ୍ଚିମବଙ୍ଗରୁ ଆସି ପହଞ୍ଚିଥିବା ସୂଚନା ମିଳିଛି । ଫଳରେ ଏବେ ଆଳୁ ଦର କମିବାର ଆଶା ଦେଖାଦେଇଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version