Latest
ଦିନ ୧ଟା ସୁଦ୍ଧା ରାଜ୍ୟରେ ହୋଇଛି ୩୫.୬୯ ପ୍ରତିଶତ ମତଦାନ
ଆଜି ଆରମ୍ଭ ରାଜ୍ୟରେ ତୃତୀୟ ପର୍ୟ୍ୟାୟ ମତଦାନ ହୋଇସାରିଛି ।ସମ୍ବଲପୁର, ପୁରୀ, ଭୁବନେଶ୍ୱର, କଟକ, ଢେଙ୍କାନାଳ ଓ କେନ୍ଦୁଝର ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ଚାଲିଛି।
ସୂଚନା ଅନୁଯାୟୀ, ଦିନ ୧ଟା ସୁଦ୍ଧା ରାଜ୍ୟରେ ୩୫.୬୯ ପ୍ରତିଶତ ଭୋଟିଂ ହୋଇଛି। ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ୩୩.୦୧ ପ୍ରତିଶତ ଭୋଟିଂ ହୋଇଛି। ସେହିପରି କଟକ ୩୪.୪୦ ପ୍ରତିଶତ, ଢେଙ୍କାନାଳ ୩୬ ପ୍ରତିଶତ, କେନ୍ଦଝର ୩୫.୬୩ ପ୍ରତିଶତ, ପୁରୀ ୩୭.୨୬ ପ୍ରତିଶତ ଓ ସମ୍ବଲପୁର ସଂସଦୀୟ କ୍ଷେତ୍ର ପାଇଁ ୩୮.୧୩ ପ୍ରତିଶତ ଭୋଟିଂ ହୋଇଛି ।