ରାଜନୀତି
ନିରଞ୍ଜନ ଟିକେଟ ପିଛା ନେଉଛନ୍ତି ୫ କୋଟି : ଯୁଧିଷ୍ଠିର
ଭୁବନେଶ୍ୱର(ଓଡ଼ିଶା ୱେୟାର) : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଦଳୀୟ ନେତା ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଦଳର ବରିଷ୍ଠ ଓ ପୁରୁଖା ନେତା ପିପିଲିର ଦଳୀୟ ପ୍ରାର୍ଥୀ ଯୁଧିଷ୍ଠିର ସାମନ୍ତରାୟ ଏହି ଅଭିଯୋଗ କରିଛନ୍ତି । ଏଥିସହ ବିଳମ୍ବରେ ତାଙ୍କୁ ଟିକେଟ ଦିଆଯାଇଥିବା ଓ ଟିକେଟ ବିକ୍ରିର ଅଭିଯୋଗ ଆଣି ଏଥର ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଏଥିସହ ଦଳୀୟ ଟିକେଟକୁ ପ୍ରତ୍ୟାଖାନ କରିଛନ୍ତି । ଶ୍ରୀ ସମାନ୍ତରାୟ କହିଛନ୍ତି, ପ୍ରାର୍ଥୀ କରାଯାଇଥିଲେ ବି ତାଙ୍କୁ ହରାଇବା ପାଇଁ ନିରଞ୍ଜନ ଷଡଯନ୍ତ୍ର କରୁଥିବା ନିଜ ସର୍ମଥକଙ୍କୁ କହୁଥିବା ଭିଡିଓ ଭାଇରାଲ ହୋଇଛି । ତାଙ୍କ ନାଁ ଘୋଷଣାରେ ବିଳମ୍ବରେ ହୋଇଥିବାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଟିକେଟ ଫେରାଇଦେବେ ବୋଲି କହିଛନ୍ତି । ତେବେ ଅନ୍ୟ ଦଳକୁ ଯିବେ ନାହିଁ ବୋଲି କି ସ୍ୱାଧୀନ ଭାବେ ଲଢିବେ କି ନାହିଁ ବୋଲି ସେ କହିଛନ୍ତି । ଯୁଧିଷ୍ଠିରଙ୍କ ଅଭିଯୋଗ ନେଇ ନିରଞ୍ଜନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
ଶ୍ରୀ ସମନ୍ତରାୟ ଅଭିଯୋଗ କହିଛନ୍ତି, ଯେଉଁ ଦଳର ସଭାପତି ଦଳୀୟ ଟିକେଟ ଦେବା ପାଇଁ ଗୋଟିଏ ଗୋଟିଏ ଟିକେଟ ପାଇଁ ୫ କୋଟି ଲେଖାଏଁ ନିଅନ୍ତି ଏବଂ ନେଇ କି ଟିକେଟ ଦିଅନ୍ତି । ଯଦି ଯୁଧିଷ୍ଠିର ସାମନ୍ତରାୟଙ୍କୁ ତଥା ଜଣେ ନେତା ହିସାବରେ ଦଳୀୟ ସଭାପତି ଖାତିର କରିବେ ନାହିଁ ଏବଂ କର୍ମୀଙ୍କ ପ୍ରତି ବୈମାତୃକ ମନୋଭାବ ସୃଷ୍ଟି କରିବେ ସେ ଜାଗାରେ ଟିକେଟ ଆଣିକି ଲଢିବୁ କାହିଁକି । ତେଣୁ ମୁଁ ନିଷ୍ପତ୍ତି ନେଲି ନିର୍ବାଚନ ଲଢିବ ନାହିଁ ବୋଲି ଶ୍ରୀ ସାମନ୍ତରାୟ କହିଛନ୍ତି ।