Latest

ପଦ୍ମଶ୍ରୀ ପୁରସ୍କାର ପାଇଲେ ଦୁଇ ଓଡ଼ିଆ

Posted on

ପଦ୍ମଶ୍ରୀରେ ସମ୍ମାନିତ ହେଲେ ଦୁଇ ଓଡ଼ିଆ ଭାଗବତ ପ୍ରଧାନ ଓ ବିନୋଦ ମହାରଣା । ଦୁଇ ଜଣ ଓଡ଼ିଆଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କଳାକ୍ଷେତ୍ରରେ ବିଶିଷ୍ଟ ଅବଦାନ ପାଇଁ ବିନୋଦ ମହାରଣା ଓ ବିଶିଷ୍ଟ ନୃତ୍ୟଶିଳ୍ପୀ ଭାଗବତ ପ୍ରଧାନଙ୍କୁ ପଦ୍ମଶ୍ରୀ ଉପାଧି ପ୍ରଦାନ କରିଛନ୍ତି ରାଷ୍ଟ୍ରପତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ ପ୍ରମୁଖ ଉପସ୍ଥିତ ଥିଲେ ।

ଗୁରୁବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ବିତରଣ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଓଡ଼ିଆଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । କଳାକ୍ଷେତ୍ରରେ ଯୋଗଦାନ ପାଇଁ ବରଗଡ଼ ଜିଲ୍ଲାର ଲୋକକଳା ଶବ୍ଦନୃତ୍ୟ ଶିଳ୍ପୀ ଗୁରୁ ଭାଗବତ ପ୍ରଧାନଙ୍କୁ ଓ ପଟ୍ଟଚିତ୍ର ଶିଳ୍ପୀ ବିନୋଦ ମହାରଣାଙ୍କୁ ଏହି ସମ୍ମାଦ ପ୍ରଦାନ କରାଯାଇଛି । ପାରମ୍ପରିକ ପଟ୍ଟଚିତ୍ର ଓ ତାଳପତ୍ରରେ ଖୋଦେଇ କରିବାରେ ବେଶ୍ ଜଣାଶୁଣା ବିନୋଦ ମହାରଣା। ପଟ୍ଟଚିତ୍ର କାରୁକାର୍ଯ୍ୟ ଏବଂ ତାଳପତ୍ରରେ ଖୋଦେଇ କରିବା ପାଇଁ ଆଗାମୀ ପିଢି ଲାଗି ଆର୍ଟିଷ୍ଟ ତିଆରି କରୁଛନ୍ତି ବିନୋଦ ମହାରଣା। ସେହିପରି ବିଶିଷ୍ଟ ନୃତ୍ୟଶିଳ୍ପୀ ଭାଗବତ ପଧାନଙ୍କୁ ମଧ୍ୟ ପଦ୍ମଶ୍ରୀ ଉପାଧି ପ୍ରଦାନ କରିଛନ୍ତି ରାଷ୍ଟ୍ରପତି। ‘ଶବ୍ଦ ନୃତ୍ୟ’ ପାଇଁ ସାଧନା କ୍ଷେତ୍ରରେ ଭାଗବତଙ୍କୁ ସମ୍ମାନିତ କରାଯାଇଛି। ଏକ ଅନନ୍ୟ ପୌରାଣିକ ନୃତ୍ୟ ହେଉଛି ଶବ୍ଦ ନୃତ୍ୟ। ଏହି ପୁରସ୍କାର ପାଇବା ଲାଗି କେବଳ କଳାକ୍ଷେତ୍ରରେ ୪ ଓଡ଼ିଆ ମନୋନୀତ ହୋଇଥିଲେ । ଗତ ଏପ୍ରିଲ ୨୨ରେ ଗଞ୍ଜାମର ୧୦୬ ବର୍ଷୀୟ ଲୋକକଳା କୃଷ୍ଣଲୀଳାର ସଂଗୀତ ଗାୟକ ଗୁରୁ ଗୋପୀନାଥ ସ୍ୱାଇଁ ଓ ସମ୍ବଲପୁରର ପ୍ରଖ୍ୟାତ ଲୋକ ସାହିତ୍ୟିକ ବିନୋଦ କୁମାର ପଶାୟତ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ ।

Leave a Reply

Your email address will not be published. Required fields are marked *

Most Popular

Exit mobile version