Latest

ପଦ୍ମ ଧରିଲେ ସମୀର ରଞ୍ଜନ ଦାଶ

Posted on

ବିଜେଡ଼ିରୁ ଇସ୍ତଫା ଦେବାର ମାତ୍ର କେଇ ଘଣ୍ଟା ପରେ ପଦ୍ମ ଧରିଲେ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆଜି ସମୀର ଆନୁଷ୍ଠାନିକ ଭାବେ ବିଜେପିରେ ମିଶିଛନ୍ତି । ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମର ଓ ରାଜ୍ୟ ସଭାପତି ମନମୋହନ ସାମଲ ଓ ନିମାପଡ଼ା ବିଜେପି ବିଧାନସଭା ପ୍ରାର୍ଥୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ସମୀର ରଞ୍ଜନ ଦାଶ ବିଜେପିରେ ଯୋଗ ଦେଇଛନ୍ତି।

ଏହାପରେ ସେ କହିଛନ୍ତି, ଏଥର ନିମାପଡ଼ାରୁ ବିଜେପି ବିଧାନସଭା ପ୍ରାର୍ଥୀ ପ୍ରଭାତୀ ପରିଡ଼ା ଲକ୍ଷାଧିକ ଭୋଟରେ ବିଜୟୀ ହେବେ। ଗତ ୧୦ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶରେ ପ୍ରେରିତ ହୋଇବିଜେପିରେ ସାମିଲ ହେଲି। ଦଳ ମୋତେ ଯେଉଁ ଦାୟିତ୍ବ ଦେବ ତାହାକୁ ମୁଁ ନିଷ୍ଠାର ସହ ପାଳନ କରିବି। ତାଙ୍କ ସହ ବହୁ ସମର୍ଥକ ମଧ୍ୟ ବିଜେପି ରେ ସାମିଲ ହୋଇଛନ୍ତି। ଆଜି ସକାଳେ ସେ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପଠାଇଥିଲେ । ଟିକେଟ କଟିଥିବାରୁ ଅସନ୍ତୁଷ୍ଟ ଥିଲେ ସମୀର। ନେତା ଆସ୍ଥା ହରାଇଥିବାରୁ ଦଳରେ ରହିବା ଠିକ୍ ନୁହେଁ। ଗୋପ ବିଜେଡି ସଂଙ୍ଗଠନ ଉପରେ ଆସ୍ଥା ହରାଇଛନ୍ତି ବୋଲି କହିଥିଲେ ସମୀର।

Leave a Reply

Your email address will not be published. Required fields are marked *

Most Popular

Exit mobile version