Latest

ପୁଣି ଆରମ୍ଭ ହେଲା ଅପରାଜିତାଙ୍କ ଜନ ଅଭିଯୋଗ ଶୁଣାଣି

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର):
ପୁଣି ଆରମ୍ଭ ହେଲା ସାଂସଦଙ୍କ ଜନ ଅଭିଯୋଗ ଶୁଣାଣି। ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ ଆଜି ତାଙ୍କ ସଂସଦୀୟ କାର‌୍ୟ୍ୟାଳୟରେ ଜନସାଧାରଣଙ୍କ ସମସ୍ୟା ଏବଂ ଅଭିଯୋଗ ଶୁଣିଛନ୍ତି। ସେସବୁ ସମସ୍ୟାର ସମାଧାନ କରିବା ପାଇଁ ମଧ୍ୟ ପ୍ରୟାସ କରିଛନ୍ତି ସାଂସଦ।

ଆଗାମୀ ଦିନରେ ଏହି ଜନ ଅଭିଯୋଗ ଶୁଣାଣି ନିୟମିତ ଭାବେ ଜାରି ରହିବ ବୋଲି କହିଛନ୍ତି ଅପରାଜିତା। କରୋନା କଟକଣା ଯୋଗୁଁ ଗତ କିଛି ଦିନ ଧରି ଅପରାଜିତା ଷଡ଼ଙ୍ଗୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ଥିଲା।

କୋଭିଡ୍ ଆଇନ୍ କୋଭିଡ ନିୟମ ଭଙ୍ଗ ଅଭିଯୋଗରେ ଗତବର୍ଷ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାର‌୍ୟ୍ୟାଳୟକୁ ବିଏମ୍‌ସି ସିଲ କରିଥିଲା। ଏହା ପରେ ଅପରାଜିତ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ।

ଅଫିସ ସିଲ୍ ହେବା ପରେ ସାଂସଦ ଷଡଙ୍ଗୀ ତାଙ୍କ ସଂସଦୀୟ କ୍ଷେତ୍ରର ବିଭିନ୍ନ ଅଞ୍ଚଳ ଗସ୍ତ କରି ଲୋକଙ୍କ ସହ ଆଲୋଚନା କରିଥିଲେ। ହେଲେ ପରବର୍ତ୍ତୀ ସମୟରେ ମକଦ୍ଦମା ଧମକ ଦେବା ପରେ ସପ୍ତାହକ ପରେ ଅପରାଜିତାଙ୍କ ଅଫିସ୍‌‌ ଖୋଲିଥିଲା ବିଏମ୍‌ସି।

Leave a Reply

Your email address will not be published. Required fields are marked *

Most Popular

Exit mobile version