Latest
ପୁରୀ ଜିଲ୍ଲା ସତ୍ୟବାଦୀରେ ରାଜନୈତିକ ହିଂସା
ପୁରୀ ଜିଲ୍ଲା ସତ୍ୟବାଦୀରେ ରାଜନୈତିକ ହିଂସାକାଣ୍ଡ ଘଟିଛି। ରାଜନୈତିକ ବଚସାକୁ କେନ୍ଦ୍ର କରି ଆକ୍ରମଣ କରାଯାଇଛି ।ସତ୍ୟବାଦୀ ବ୍ଲକ ପାରକେଣା ଗାଁ ନୂଆଶାସନ ସାହିର ଯୁଧିଷ୍ଠିର ମୁଦୁଲିଙ୍କୁ ସେହି ଗାଁର ଜଣେ ଯୁବକ ଧାରୁଆ ଅସ୍ତ୍ରରେ ହାଣିଛନ୍ତି। ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ଗୁରୁତର ଅବସ୍ଥାରେ ଯୁଧିଷ୍ଠିରଙ୍କୁ ମଙ୍ଗଳପୁର ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ରାଜନୈତିକି ବଚସାକୁ କେନ୍ଦ୍ର କରି ପାରକେଣା ବଡ଼ ପୋଖରୀ ନିକଟରେ ଯୁବକ ଜଣକ କଟୁରିରେ ଯୁଧିଷ୍ଠିରଙ୍କ ମୁଣ୍ଡ ଓ ହାତକୁ ନିର୍ମମ ଭାବରେ ହାଣିଥିଲେ! ବଳଙ୍ଗା ଥାନାରେ ଏନେଇ ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ଯୁଧିଷ୍ଠିରଙ୍କ ମୁଣ୍ଡ ଓ ହାତରେ ଗଭୀର କ୍ଷତ ହୋଇଥିବା ବେଳେ ତାଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି ।
ଆକ୍ରମଣରେ ବିଜେଡି କର୍ମୀ ବଳିଆ ବିଶ୍ୱାଳଙ୍କ ସମ୍ପୃକ୍ତି ଥିବା ବେଳେ ତାଙ୍କୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଯୁଧିଷ୍ଠିରଙ୍କ ପରିବାର ଲୋକ ଦାବି କରିଛନ୍ତି । ଅଭିଯୋଗ ପରେ ବଳଙ୍ଗା ଥାନା ପକ୍ଷରୁ ତଦନ୍ତ ଜାରି ରହିଛି।