Latest
ପ୍ରତାପ ଦେବଙ୍କ ବାସଭବନରେ ବିଜେଡି ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ
ପ୍ରତାପ ଦେବଙ୍କ ବାସଭବନରେ ବିଜେଡି ନେତାଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି। ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଓ ପ୍ରମିଳା ମଲ୍ଲିକ ଉପସ୍ଥିତ ଥିଲେ। ବିଧାୟକ ସୁଶାନ୍ତ ରାଉତଙ୍କ ସହ କିଛି କର୍ପୋରେଟର ମଧ୍ୟ ଉପସ୍ଥିତ ଥିବା ଜଣାପଡିଛି। ବିଜେଡିରେ ଅନ୍ତଃକନ୍ଦଳ ବଢୁଥିବା ବେଳେ ବୈଠକକୁ ନେଇ ଚର୍ଚ୍ଚା ହେଉଛି । ମିଟିଂରୁ ବାହାରିବା ପରେ ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ହେଉଛି। କିଛି ଦଳୀୟ ନେତା ବିଜେଡିକୁ ଭାଙ୍ଗିବାକୁ ଚେଷ୍ଟା କରୁଥିବା କହିଲେ ଅମରେଶ। ଦଳରେ ବିଭୀଷଣ ଥିଲେ ମଧ୍ୟ ବିଜେଡି ସବୁଠି ଏକଜୁଟ ହୋଇ ଅଛି ବୋଲି କହିଛନ୍ତି।