Latest

ପ୍ରଦୀପଙ୍କୁ ମାଡ଼ ମାରି ଜେଲ ଗଲେ ଶିବଶଙ୍କର

Posted on

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସମୟରେ ଗୋଷାଣୀନୂଆଗାଁ ଅଞ୍ଚଳରେ ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲାରେ ବିଧାୟକ ପ୍ରାର୍ଥୀ ଶିବ ଶଙ୍କର ଦାଶଙ୍କୁ କୋର୍ଟ ଚାଲାଣ କଲା ଗୋଷାଣୀନୂଆଗାଁ ଥାନା ପୁଲିସ। ଜାମିନ ନାମଞ୍ଜୁର ହେବାରୁ ଜେଲକୁ ପଥାଇଦିଆଯାଇଛି। ସୋମବାର ସନ୍ଧ୍ୟାରୁ ତାଙ୍କୁ ହତ୍ୟା ଉଦ୍ୟମ ମାମଲା ରୁଜୁ ଜାତି ଗିରଫ କରି ଥାନାରେ ରଖିଥିଲା ପୋଲିସ। ଏହାକୁ ନେଇ ତାଙ୍କ ସମର୍ଥକ ମାନେ ତାଙ୍କୁ ଛାଡ଼ିଦେବା ପାଇଁ ଥାନା ଆଗରେ ହୋହାଲା କରିଥିଲେ। ଅନ୍ୟପକ୍ଷରେ ପ୍ରଦୀପ ପାଣିଗ୍ରାହୀ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର ହୋଇଛନ୍ତି। ତାଙ୍କ ପଞ୍ଜରା ହାଡ଼ ଓ ଫୁସ୍‌ଫୁସ୍‌ରେ ଆଘାତ ଲାଗିଥିବାରୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *

Most Popular

Exit mobile version