ରାଜନୀତି

ପ୍ରମିଳା ପୁଣି ବିଜେଡି ମହିଳା ମୋର୍ଚ୍ଚା ସଭାପତି, ଗଢ଼ିଲେ ନିଜ ଟିମ୍

Posted on

ଭୁବନେଶ୍ୱର : ମହିଳା ବିଜେଡି ରାଜ୍ୟ ସଭାପତି ଭାବେ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ କାର୍ଯ୍ୟ ଜାରି ରଖିବେ । ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ପ୍ରମିଳା ନିଜ ଟିମର ପୁନର୍ଗଠନ କରିଛନ୍ତି । ବିଜେଡି ମହିଳା ମୋର୍ଚ୍ଚା କମିଟରେି ୧୫ଜଣ ଉପ-ସଭାପତି, ୧୬ଜଣ ସାଧାରଣ ସଂପାଦକ, ୧୫ଜଣ ସଂପାଦକ, ଜଣେ କୋଷାଧ୍ୟକ୍ଷ, ୩୨ଟି ସାଂଗଠନିକ ଜିଲ୍ଲା ସଭାପତି ଓ ୫୮ଜଣଙ୍କୁ କାର୍ଯ୍ୟକାରୀ କମିଟି ସଦସ୍ୟଙ୍କୁ ମନୋନୀତ କରିଛନ୍ତି । ୨୦୦୨ ମସିହାରୁ ପ୍ରମିଳା କ୍ରମାଗତ ଭାବେ ଦଳର ମହିଳା ମୋର୍ଚ୍ଚା ସଭାପତି ଭାବେ କାର୍ଯ୍ୟ କରି ଆସୁଛନ୍ତି ।
ରାଜ୍ୟ କମିଟିରେ ଉପ-ସଭାପତି ଭାବେ ଗୀତାଞ୍ଜଳି ବସ୍ତିଆ, ପ୍ରଭାସିନୀ ନନ୍ଦ, କନକ ପ୍ରଭା ଲେଙ୍କା, ମମତା ବିଶୋୟୀ, ରୋଶନା ସାହୁ, ସଂଯୁକ୍ତା ମହଲ, ଦେବକୀ ଦାସ, ସୁନନ୍ଦା ଶତପଥୀ, ସରୋଜିନୀ ରାଜ, ମହାମାୟା ସ୍ୱାଇଁ, ସରୋଜିନୀ ମହାପାତ୍ର, ସାଧନା ସାମନ୍ତରାୟ, ସଂଯୁକ୍ତା ମହାନ୍ତି, ମାଳତୀ ମାଝୀ, ପ୍ରୀତିନନ୍ଦା ରାଉତରାୟ, ସାଧାରଣ ସଂପାଦକ ଭାବେ ପୁଷ୍ପାଞ୍ଜଳି ରଣା, ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଜ୍ୟୋତ୍ସ୍ନା ପାଢ଼ୀ, ବି. ସୁନିତା, ଅହଲ୍ୟା ବେହେରା, ଜଲିନା ପ୍ରିୟଦର୍ଶିନୀ, ସରଳା ସ୍ୱାଇଁ, ସୁନୀତା ସିଂହ, ଗୋପ ମହାନନ୍ଦା, ସୂର୍ଯ୍ୟମଣୀ ବେହେରା, ମୀନାରାଣୀ ମହାନ୍ତି, ସ୍ୱର୍ଣ୍ଣଲତା ସାମଲ, କ୍ୱିମାର ସୁଲତାନା, ମନୋରମା ଆଚାର୍ଯ୍ୟ, ସମ୍ପା ମଜୁମଦାର, ସନ୍ଧ୍ୟାରାଣୀ ବିଶ୍ୱାଳ, ସଂପାଦକ ଭାବେ ଚନ୍ଦ୍ରଲେଖା ପଟ୍ଟନାୟକ, ସାଗରିକା ମିଶ୍ର, କାଜଲ ମାରାଣ୍ଡି, ଉର୍ମିଲତା ଦାସ, ଝାରସ୍ମିତା ଦେହୁରୀ, ଇତିଶ୍ରୀ ଜେନା, ରଞ୍ଜିତା କାହାଳୀ, ଅରୁଣିମା ନନ୍ଦ, ସବିତା ପ୍ରଧାନ, ମାନସୀରାଣୀ ସୁନ୍ଦରାୟ, ଲକ୍ଷ୍ମୀପ୍ରିୟା ସେଠୀ, ବନ୍ଦମା ସୁନୀତା, ସବିତା ମହାପାତ୍ର, ରଞ୍ଜୁଲତା ସାହୁ, ସକୁନ୍ତଳା ସାହୁ, କୋଷାଧ୍ୟକ୍ଷ ଭାବେ କେ. ଶାନ୍ତିଙ୍କୁ ମନୋନୀତ କରିଛନ୍ତି ।
ଜିଲ୍ଲା ସଭାପତି ଭାବେ କଟକ- ଶୁଭଦ୍ରା ଦାସ, ଯାଜପୁର- ପୂଜାରାଣୀ ବଳ, କେନ୍ଦ୍ରାପଡ଼ା- ସ୍ନେହପ୍ରଭା ତ୍ରିପାଠୀ, କେନ୍ଦୁଝର- ଆରତୀ ସିଂହ, ମୟୂରଭଞ୍ଜ- ଜ୍ୟୋତିର୍ମୟୀ କବାଟ, ଭଦ୍ରକ- କୁମାରୀ ବିଦୁଲତା ନାୟକ, ବାଲେଶ୍ୱର- ବିନ୍ଦୁବାଳା ନନ୍ଦୀ, ଢେଙ୍କାନାଳ- ମିତାଞ୍ଜଳି ସ୍ୱାଇଁ, ଅନୁଗୁଳ- ଗିରିଜା ନନ୍ଦିନୀ ସାହୁ, ବରଗଡ଼- ସୁଜାତା ପଣ୍ଡା, ବଲାଙ୍ଗୀର- ବିଧାୟିକା ଟୁକୁନି ସାହୁ, ସୋନପୁର- ଶ୍ରୀମତୀ ମାଧବୀ କହଁର, ବୌଦ୍ଧ- ଯଶମିନ୍ ପ୍ରଧାନ, କନ୍ଧମାଳ- ଅନିମା କହଁର, ନୂଆପଡ଼ା- ସରସ୍ୱତୀ ବାଗ, କଳାହାଣ୍ଡି- କଲ୍ୟାଣୀ ନାୟକ, ନବରଙ୍ଗପୁର- ନବିନା ନାୟକ, ରାୟଗଡ଼ା- ଅନୁସୟା ମାଝୀ, ମାଲକାନଗିରି- ପଦ୍ମିନୀ ମୁଦୁଲି, କୋରାପୁଟ- ଶ୍ରୀମତୀ ଏମ. ମାଗମା, ଗଜପତି- ନର୍ମଦା ଦଳେଇ, ଗଞ୍ଜାମ- ସଂଘମିତ୍ରା ଦଳେଇ, ନୟାଗଡ଼- ଜୟଶ୍ରୀ ଦାସ, ପୁରୀ- ଶାନ୍ତିଲତା ପ୍ରଧାନ, ଝାରସୁଗୁଡ଼ା- ଜୟ କୁମାରୀ ପଟେଲ, ଜଗତସିଂହପୁର- ବିଧାୟିକା ଡା. ରାଜଶ୍ରୀ ମଲ୍ଲିକ, ଦେବଗଡ଼- ପ୍ରମିଳା ଟିଗା, ସମ୍ବଲପୁର- ରାଜଲକ୍ଷ୍ମୀ ପ୍ରଧାନ, ଭୁବନେଶ୍ୱର- ଭାରତୀ ସିଂହ, ରାଉରକେଲା- ଆରତୀ ଚୌଧୁରୀ, ସୁନ୍ଦରଗଡ଼- କୁସୁମ ଟେଟେ ଏବଂ ଖୋର୍ଦ୍ଧା- ବାସନ୍ତୀ ମହାପାତ୍ରଙ୍କୁ ମନୋନୀତ କରିଛନ୍ତି ।
ସେହିପରି ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ସୁଜାତା ଦିଗଲ, ଆରତୀ ଦାସ, ରଶ୍ମୀ ଦାସ, ଆଶା ଦେବୀ, ସୁଶ୍ରୀତା ପାଇକରାୟ, କମଳା କୁଜର, କୁଞ୍ଜଲତା ଭିତିରିଆ, ବୈଦେହୀ ବାଗ, ଅଞ୍ଜନା ପଟେଲ, ସବିତା ପ୍ରଧାନ, ପ୍ରତୀକ୍ଷା ସିଂହ, ଅହ୍ଲାଦିନୀ ନାୟକ, ଲିପିକା ରାଉତ, ପୁଷ୍ପଲତା ଜେନା, ସନ୍ତୋଷିନୀ ସଲ୍ମା, ପୁଷ୍ପାଞ୍ଜଳି ପାଣ୍ଡେ, ଲକ୍ଷ୍ମୀ ରଙ୍ଗତତେ, ସୁଭଦ୍ରା ସାହୁ, ମନ୍ଦାକିନୀ ସାହୁ, ପୁଷ୍ପାଞ୍ଜଳି ପାଣି, ରଶ୍ମୀରେଖା ଦେବ, ଏଲୋରା ବେହେରା, କାଂଚନବାଳା ଦାସ, ସୁକାନ୍ତି ପାଢ଼ୀ, ଉମା ଅଗ୍ରୱାଲ, ତନ୍ମୟ ରାୟ, ପଦ୍ମିନୀ ଦିଆନୀ, ସନ୍ଧ୍ୟାରାଣୀ ଭୂୟାଁ, ଅଲିଭା ଦାସ, ସୌମ୍ୟ ସାଗରିକା ଶୁକ୍ଳା, ସତଦଳ ମହାନ୍ତ, କବିତା ପୁରୋହିତ, ଭାରତୀ ହାଁସଦା, ସୁକାନ୍ତି ବୁର୍ଦା, ଯେମାମଣୀ ଧରୁଆ, ଅନୁସୟା ସବାପତି, ସୁନନ୍ଦା ସାହୁ, ସନ୍ତୋଷିନୀ ଥାନପତି, ଝରଣା ମଲ୍ଲିକ, ରଞ୍ଜୁଲତା ରାୟ, ସଂଗୀତା ଶର୍ମା, ପଦ୍ମିନୀ ଦାସ, ପ୍ରିୟତମା ବେହୁରିଆ, ପ୍ରତିଭା ମଲ୍ଲିକ, ନୀନାରାଣୀ ସାମଲ, ପ୍ରମିଳା ମହାନ୍ତି, ଅନୀତା ପାତ୍ର, ବିଦ୍ୟୁତପ୍ରଭା ନନ୍ଦ, ଲୋପାମୁଦ୍ରା ବାରିକ, ରୁବି ମହାକୁଡ଼, ଚମ୍ପା ଟୁଡୁ, ସୁମିତ୍ରା ମହାନ୍ତି, ରଞ୍ଜିତା ସ୍ୱାଇଁ, ଇତିଶ୍ରୀ ସାମଲ, କେ. ମାଧବୀ, ମିନାକ୍ଷୀ ମିଶ୍ର, ଯମୁନା ହୋ ଓ ବବିତା ଜେନାଙ୍କୁ ମନୋନୀତ କରିଛନ୍ତି ।

Leave a Reply

Your email address will not be published. Required fields are marked *

Most Popular

Exit mobile version