Latest

ବନାଇ ଖାଆନ୍ତୁ ବ୍ରେଡ୍‌ ପୋହା

Posted on

ଆବଶ୍ୟକ ସାମଗ୍ରୀ

୭-୮ ବ୍ରେଡ୍‌ ସ୍ଲାଇସ
୧ ଚାମଚ୍‌ କଟା ପିଆଜ
ଅଧା ଚାମଚ ହଳଦି ପାଉଡର
ଅଧା ଚାମଚ ଲାଲ ଲଙ୍କା ପାଉଡର
ଅଧା ଚାମଚ ସୋରିଷ
ଚିମୁଟାଏ ହେଙ୍ଗୁ
ଲୁଣ ସ୍ୱାଦାନୁସାରେ
୨ ଚାମଚ ଲେମ୍ବୁ ରସ
୨ ଚାମଚ ଦେଶି ଘିଅ କିମ୍ବା ବଟର

ବନାଇବାର ସହଜ ତରିକା

ବ୍ରେଡ୍‌ ପୋହା ବନାଇବା ପାଇଁ ସର୍ବପ୍ରଥମେ ଏକ ପ୍ୟାନ କିମ୍ବା କଡାରେ ଗରମ କରନ୍ତୁ ଏବଂ ସେଥିରେ ଦେଶୀ ଘିଅ କିମ୍ବା ବଟର ପକାନ୍ତୁ। ଏବେ ଏଥିରେ ହେଙ୍ଗୁ ଏବଂ ରାଇ ପକାନ୍ତୁ। ସୋରିଷ ବା ରାଇ ଯେତେବେଳେ ଫୁଟିଆସିବ ସେତେବେଳେ ଏଥିରେ ଛୋ କଟା ପିଆଜ ପକାଇ ଭାଜି ଦିଅନ୍ତୁ। ଏବେ ଆପଣ ଏଥିରେ ବ୍ରେଡକୁ ଛୋଟ ଛୋଟ ଖଣ୍ଡରେ ପକାଇ ଦିଅନ୍ତୁ। ଆପଣ ଚାହିଁଲେ ଏଥିରେ ପୋହା ମଧ୍ୟ ସାଥିରେ ମିକ୍ସ କରିପାରିବେ। ଏଥିରେ ହଳଦି ପାଉଡରର ପକାଇ ଆଉ କିଛି ସମୟ ଆଞ୍ଚରେ ବସାନ୍ତୁ। ପରଷିବା ପୂର୍ବରୁ ଏଥିରେ ଲେମ୍ବୁ ରସ ପକାଇ ଭଲଭାବେ ମିଶାନ୍ତୁ।

ଆପଣ ଚାହିଁଲେ ଏଥିରେ କାଟି ରଖିଥିବା ସିମଲା ଲଙ୍କା, ଟମାଟୋ, ଭଜା ବାଦାମ ଏବଂ ମଟର ବି ପକାଇ ପାରିବେ। ଏଥିରେ ଅଳ୍ପ ଦହି ମଧ୍ୟ ମିଶାଇ ପାରିବେ। ଏହା ଉପରେ ଆପଣ ନମକୀନରେ ଗାର୍ନିସିଙ୍ଗ କରିପାରିବେ କିମ୍ବା କଟା ଧନିଆ ପତ୍ରରେ ମଧ୍ୟ ସଜାଇ ପାରିବେ। ଏହାସହିତ ଆପଣ ଚା କପି କିମ୍ବା କେଚଅପରେ ସର୍ଭ ମଧ୍ୟ କରିପାରିବେ।

Leave a Reply

Your email address will not be published. Required fields are marked *

Most Popular

Exit mobile version