ଲଘୁଚାପ ପ୍ରଭାବରେ ରାଜ୍ୟର ଆଜି ବିଭିନ୍ନ ସ୍ଥାନରେ ଲାଗିରହିଛି ବର୍ଷା। ପ୍ରବଳ ବର୍ଷା ଯୋଗୁ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ସୂର୍ଯ୍ୟ ମନ୍ଦିର ପରିସରରେ ଜମିରହିଛି ଆଣ୍ଠୁଏ ଆଣ୍ଠୁଏ ପାଣି । ଏହା ଯୋଗୁ ପର୍ଯ୍ୟଟକମାନେ ଅସୁବିଧାରେ ପଡ଼ିଛନ୍ତି। କେତେକ ପର୍ଯ୍ୟଟକ ପାଣି ଭିତରେ ମଧ୍ୟ ବୁଲୁଥିବାର ଦେଖିବାକୁ ମିଳିଛି। ପାଣି ଘେରରେ କୋଣାର୍କ ମନ୍ଦିର ଥିବା ଯୋଗୁ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକ ସୂର୍ଯ୍ୟ ମନ୍ଦିର ଦେଖିବାରୁ ବଞ୍ଚିତ ହୋଇଛନ୍ତି । ଅନ୍ୟପଟେ ବର୍ଷା ପରିସ୍ଥିତିକୁ ଦେଖି ପମ୍ପସେଟ୍ ଲଗାଇ ପାଣି ନିଷ୍କାସନ ପାଇଁ ଉଦ୍ୟମ କରାଯାଉଛି।
ଆଇଏଏସ୍ ସୁଜାତାଙ୍କ ଛୁଟି ଆବେଦନ ଅଗ୍ରାହ୍ୟ, ଆଉ ୬ମାସ ଛୁଟି ମାଗିଥିଲେ
ଭୁବନେଶ୍ୱର(ଓଡ଼ିଶା ୱେୟାର): ୨୦୦୦ ବ୍ୟାଚ୍ ଆଇଏଏସ୍ ସୁଜାତା କାର୍ତ୍ତିକେୟନ ରାଉତଙ୍କୁ ଶକ୍ତ ଝଟକା । ବିଜେଡିର ନିର୍ବାଚନୀ ବିପର୍ଯ୍ୟୟ ପରେ ମେ’ ୩୧ରୁ ୬ମାସ ଛୁଟିରେ ଯାଇଥିବା...