Latest

ବସ୍ ଓଲଟି ୧୫ରୁ ଅଧିକ ଯାତ୍ରୀ ଆହତ

Posted on

ଭଦ୍ରକ, ଓଡ଼ିଶା ୱେୟାର: ଭଦ୍ରକ ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହି ବସ୍ ଓଲଟି ୧୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି।

ସୂଚନାଯୋଗ୍ୟ, ‘ଅଜୟ ଆଣ୍ଡ୍ ଅଜୟ’ ନାମକ ବସ୍ ଆଜି ଭୁବନେଶ୍ୱରରୁ ବାରିପଦା ଅଭିମୁଖେ ଯାଉଥିଲା। ବସ୍‌ଟି ୧୬ ନଂ ଜାତୀୟ ରାଜପଥରେ ଭଣ୍ଡାରୀପୋଖରୀ ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ୟ ହରାଇ ଓଲଟିଗଲା। ଏହି ଦୁର୍ଘଟଣାରେ ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୫ ଜଣରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version