ରାଜନୀତି

ବିଜେଡିରୁ ଇସ୍ତଫା ଦେଲେ ରଘୁ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର):ବିଜେଡିର ପ୍ରତିଷ୍ଠାତା ସଦସ୍ୟ ରଘୁନାଥ ମହାନ୍ତି ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଶନିବାର ସେ ଉଠାଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ଇସ୍ତଫା ଦେବାର କାରଣ ସମ୍ପର୍କରେ ଏହି ବରିଷ୍ଠ ନେତା ଶ୍ରୀ ମହାନ୍ତି କହିଛନ୍ତି ବିଜେଡି ଏବେ ପଥଭ୍ରଷ୍ଟ। କିଛି କୁଚିକ୍ରିଙ୍କ କବଳରେ କବଳିତ ବୋଲି ମତ ରଖିଛନ୍ତି । କୁହାଯାଉଛି ସେ ବିଜେପିକୁ ଯାଇପାରନ୍ତି ।
ପାରିବାରିକ ବିବାଦରେ ଫସି ଶ୍ରୀ ମହାନ୍ତିଙ୍କୁ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବାକୁ ପଡ଼ିଥିଲା। କିନ୍ତୁ ସେ ଦଳରୁ ଇସ୍ତଫା ଦେଇ ନ ଥିଲେ କିମ୍ବା ଦଳ ତାଙ୍କୁ ବିଦା କରି ନ ଥିଲା। ହେଲେ ଏହି ବିବାଦ ଯୋଗୁ ସେ କିଛିଦିନ ଧରି ଦଳରୁ ଦୂରେଇ ରହିଥିଲେ। ପରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଡାକି ଉଠାଜଳସେଚନ ନିଗମର ଅଧ୍ୟକ୍ଷ କରିଥିଲେ। ବାଲେଶ୍ୱର ଜିଲ୍ଲାରେ ରାଜନୀତିକ ମହଲରେ ତାଙ୍କର ବେଶ ପ୍ରଭାବ ରହିଛି। ସେ ଲଗାତର ଭାବେ ବସ୍ତା ବିଧାନସଭା ଆସନରୁ ବିଜୟୀ ହୋଇ ଆସୁଥିଲେ। ହେଲେ ଗତଥର ଏହି ପାରିବାରିକ ବିବାଦ ଯୋଗୁ ଦଳ ତାଙ୍କୁ ଟିକେଟ ଦେଇ ନ ଥିଲା କି ସେ ମଧ୍ୟ ଦାବି କରି ନ ଥିଲେ। ଜଣେ ଶୃଙ୍ଖଳିତ ସଦସ୍ୟଭାବେ ଦଳରେ ପଡ଼ି ରହିଥିଲେ । ଇତିମଧ୍ୟରେ ତାଙ୍କର ପାରିବାରିକ ବିବାଦର ସମାଧାନ ହୋଇ ସାରିଛି। ଏଣୁ ସେ ଭାବୁଥିଲେ ଦଳ ପୁଣି ତାଙ୍କ ଉପରେ ଭରଷା କରି ନିର୍ବାଚନରେ ପ୍ରତି ଦ୍ୱନ୍ଦ୍ୱିତା ପାଇଁ ସୁଯୋଗ ଦେବ। କିନ୍ତୁ ତାଙ୍କର ଏ ଆଶା ବୋଧହୁଏ ପୂରଣ ହୋଇ ପାରିଲା ନାହିଁ । ବସ୍ତାରୁ ସେ ପୁଣି ନିର୍ବାଚନ ଲଢ଼ିବା ପାଇଁ ଆଗ୍ରହୀ ଥିଲେ। ଦଳ ସୁପ୍ରିମୋ ତାଙ୍କୁ ଏ ନେଇ କୌଣସି ସୂଚନା ଦେଉ ନ ଥିବାରୁ କୁହାଯାଉଛି ସେ କ୍ଷୁବ୍ଧ ହୋଇ ଶନିବାର ପ୍ରଥମେ ନିଗମ ପଦରୁ ଇସ୍ତଫା ଦେଇଥିଲେ। ସେ ଭାବିଥିଲେ ତାଙ୍କର ଏହି ଇସ୍ତଫା ପ୍ରଦାନ ପରେ ଦଳ ସୁପ୍ରିମୋ ଡାକି ତାଙ୍କ ସହ ଆଲୋଚନା କରିବେ କିମ୍ବା ଟିକେଟ ପାଇଁ ତାଙ୍କୁ କିଛି ସୂଚନା ଦେବେ। ହେଲେ ସେପରି କିଛି ହେଲାନାହିଁ। ଏଣୁ ସେ ବାଧ୍ୟ ହୋଇ ଦଳରୁ ଇସ୍ତଫା ଦେଲେ।

Leave a Reply

Your email address will not be published. Required fields are marked *

Most Popular

Exit mobile version