ରାଜନୀତି

ବିଜେଡିରେ ମିଶିବେ ପାରଳାଖେମୁଣ୍ଡି ପୂର୍ବତନ ବିଧାୟକ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର):କଂଗ୍ରେସ ଛାଡ଼ି ବିଜେଡିରେ ମିଶିବେ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ. ସୁରିୟା ରାଓ। ଦଳର ବିପର୍ଯ୍ୟୟ ପାଇଁ କାରଣ ଖୋଜିବା ନାଁରେ ଏକ ବୈଠକ ଡାକି ସେ ଏହି ସୂଚନା ଦେଇଛନ୍ତି। କଂଗ୍ରେସର ପରାଜୟ ପାଇଁ ଖୋଦ କଂଗ୍ରେସ ନେତୃତ୍ୱ ହିଁ ଦାୟୀ, ସମସ୍ତେ ଏକାଠି ନହେଲେ କଂଗ୍ରେସ ବିଜୟ ସ୍ୱପ୍ନ ଦେଖିବା ବୃଥା ବୋଲି ସେ କହିଛନ୍ତି।ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀ କଂଗ୍ରେସର ଗଡ଼ ଭାବେ ପରିଚିତ ଥିଲା। ବିଶେଷକରି ଗୁମ୍ମା ବ୍ଳକ କଂଗ୍ରେସର ଦୁର୍ଗ ଭାବେ ପରିଗଣିତ ହେଉଥିଲା। ତେବେ ଚଳିତ ନିର୍ବାଚନରେ ଯେଉଁ ଭଳି ସ୍ଥିତି ହେଲା, ସେଥିରେ କଂଗ୍ରେସର ପୁରୁଣା ଗଡ଼ ଭାଙ୍ଗି ଯାଇଥିବା କେ. ସୁରିୟା ରାଓ କହିଛନ୍ତି। ତେଣୁ ଖୁବଶୀଘ୍ର ସେ କଂଗ୍ରେସ ଛାଡ଼ିବେ ବୋଲି କହିଛନ୍ତି। ତେବେ ଶ୍ରୀ ରାଓଙ୍କ ଅଭିଯୋଗ ନେଇ ପିସିସିର ପ୍ରତିକ୍ରିୟା ମିଳିପାରିନାହିଁ। ଚଳିତ ସାଧାରଣ ନିର୍ବାଚନରେ କେ. ସୁରିୟା ରାଓ ପାରଳାଖେମୁଣ୍ଡି ବିଧାନସଭା ଆସନରୁ ଲଢ଼ିଥିଲେ। ତେବେ ଏଥିରେ ଶୋଚନୀୟ ପରାଜୟ ବରଣ କରିବା ସହ ଚତୁର୍ଥ ସ୍ଥାନରେ ରହିଥିଲେ।

Leave a Reply

Your email address will not be published. Required fields are marked *

Most Popular

Exit mobile version