ରାଜନୀତି

ବିଜେଡି ପକ୍ଷରୁ ଯଶୋବନ୍ତ ପରିଡ଼ାଙ୍କ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା

Posted on

ଭୁବନେଶ୍ୱର: ଢେଙ୍କାନାଳ ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡ଼ାଙ୍କ ବିୟୋଗରେ ଆଜି ବିଜେଡି ପକ୍ଷରୁ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଇଡକଲ ଅଡିଟୋରିୟମରେ ଯୁବ ବିଜେଡି ସଭାପତି ଅମ୍ରେଶ ପତ୍ରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିଜେଡି ନେତାମାନେ ଏକଜୁଟ ହୋଇ ତାଙ୍କର ସ୍ମୃତିଚାରଣ କରିଥିଲେ । ଯଶୋବନ୍ତ ଜଣେ ଲୋକପ୍ରିୟ ଯୁବ ସଂଗଠକ ଥିଲେ ଓ ତାଙ୍କର ମୃତ୍ୟୁ ଦଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଆଜି ଶ୍ରଦ୍ଧାଞ୍ଜଳି ସଭାରେ ବହୁ ରାଜ୍ୟସ୍ତରୀୟ ନେତୃବୃନ୍ଦ ମତବ୍ୟକ୍ତ କରିଛନ୍ତି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ରାଜ୍ୟ ପରିବହନ ମନ୍ତ୍ରୀ ଡାକ୍ତର ନୃସିଂହ ସାହୁ, ବିଧାୟକ ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ପ୍ରିୟଦର୍ଶୀ ମିଶ୍ର, ବିଜୟ ମହାନ୍ତି, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, ବିଜେଡି ସଂଖ୍ୟାଲଘୁ ସେଲ୍ ସଭାପତି ମୁନ୍ନା ଖାଁ, ରାଜ୍ୟ ସମ୍ପାଦକ ବିଜୟ ନାୟକ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ରଙ୍କ ସମେତ ସୁଶାନ୍ତ ଚୌଧୁରୀ, ସଞ୍ଜିତ ମହାପାତ୍ର, ଶିଶିର ପରିଜା, ଚିନ୍ମୟ ସାହୁ, ବାବୁ ସିଂ, ସଞ୍ଜୟ ବାବୁ, ଅମରେଶ ଜେନା, କୁନ ବିହାରୀ ଦାସ, ସୁନୀଲ ପ୍ରଧାନ, ଅଶୋକ ସାହୁ, ସନ୍ତୋଷ ବେଜ୍, ପ୍ରକାଶ ତ୍ରିପାଠୀ, ସମୀର ପ୍ରଧାନ, ଜ୍ୟୋତିରଞ୍ଜନ ମାର୍ଥା, ଏଲିନା ଦାସ, ଡେଜାଲିନ୍ ମହାପାତ୍ର, ସୁନୀଲ ପଣ୍ଡା, ଦେବୀରଞ୍ଜନ ପଟ୍ଟନାୟକ, ବିଜୟ ପାଲଟାସିଂହ, ଅମରେନ୍ଦ୍ର ଦାସ, ଅଜିତ୍ ବେହେରା, କଳ୍ପତରୁ ଓଝା, ସୁରଜ ମହାପାତ୍ର ଓ ଅମରଜିତ୍ ସେନାପତିଙ୍କ ସମେତ ବହୁ କର୍ମକର୍ତ୍ତା ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଅଭିଭାଷଣ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *

Most Popular

Exit mobile version