ରାଜନୀତି
ବିଜେପିରେ ମିଶିଲେ ବାବୁ ସିଂ ଓ ଶତାଧିକ କର୍ମୀ
ଭୁବନେଶ୍ୱର(ଓଡ଼ିଶା ୱେୟାର): ଭୁବନେଶ୍ୱର ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଓ ଯୁବ ନେତା ବାବୁ ସିଂ ବିଜେପିରେ ସାମିଲ ହୋଇଛନ୍ତି। ଦଳୀୟ ଟିକେଟ ନମିଳିବାରୁ ଶ୍ରୀ ସିଂ ବିଜେଡି ଛାଡ଼ି ବିଜେପିକୁ ଡିଆଁ ମାରିଛନ୍ତି।
ବାବୁ ସିଂଙ୍କ ସହ ତାଙ୍କ ସମର୍ଥକ ଯୁବ ବିଜେଡି ରାଜ୍ୟ ସଂପାଦକ ଚିନ୍ମୟ ପ୍ରଧାନ,ଦିଲୀପ ସେନାପତି,ମନୋଜ ପଶ୍ଚିମ କବାଟ,ଭବାନୀ ସ୍ୱାଇଁ,ବିଜେଡି ପୂର୍ବତନ ସଂପାଦକ ସାଲୁଟ ସାହୁ, କାହ୍ନଚରଣ ସାହୁୁ ସ୍ୱାଇଁ, ଅମିତ ଜୟସିଂହ,ସୁନୀଲ ରାୟ, ସତ୍ୟପ୍ରକାଶ ସୁନ୍ଦରାୟ, ସନ୍ତୋଷ ସେନାପତି,ପ୍ରଶାନ୍ତ ସାହୁ,ଗିରୁଧର ପ୍ରଧାନ,ସଂପାଦକ ସଞ୍ଜୟ ବାରିକ,ସନ୍ତୋଷ ମହାନ୍ତି, ସୁଶିଳ ସାହୁ,ରିତେଶ ରାଉତ,ବିନୟ ଦାସ,ସୂର୍ଯ୍ୟପ୍ରସାଦ ରାଉତରାୟ,ବିଶ୍ୱରଂଜନ ଭୋଇ,ଦେବୀପ୍ରସାଦ ମହାପାତ୍ର,ରାଜେନ୍ଦ୍ର ଖଟୁଆ, ଶୁଭମ ମହାପାତ୍ର,ପ୍ରଦ୍ୟୁମ୍ନ ଜେନା,ପ୍ରଶାନ୍ତ ଜେନା,ରଶ୍ମିରଂଜନ କାନୁନଗୋ ପ୍ରମୁଖ ବିଜେଡି ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି।
କେନ୍ଦ୍ରପଡା ଜିଲ୍ଲାର ପୂର୍ବତନ କଂଗ୍ରେସ ସଭାପତି ଉମାକାନ୍ତ ନାୟକ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଛନ୍ତି। ସେ ଏବେ ଏଆଇସିସିର ସଦସ୍ୟ ରହିଛନ୍ତି। ସେହିପରି ପାଟକୁରା ଅଞ୍ଚଳର ଉମାକାନ୍ତ ଚୈାଧୁରୀ, ମୀନତି ରାଉତ, ଦେବକାନ୍ତ ରାଉତ, ଅମରଜିତ ରାଉତ ପ୍ରମୁଖ ନେତାମାନେ କଂଗ୍ରେସ ଦଳ ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି।
ଭୁବନେଶ୍ୱର ମ୍ୟୁନିସିପାଲିଟିର ପୂର୍ବତନ କର୍ପୋରେଟର ପଦ୍ମନାଭ ଦାଶ, କୈଳାସ ଚନ୍ଦ୍ର ବଳ, ଦୁର୍ଗାଶିଷ ମହାନ୍ତି, ପ୍ରକାଶ ରଥ, ଗୋପାଳ କ୍ରିଷ୍ଣା ଦାସ,ଅଦ୍ୱୈତ ମହାନ୍ତି ବିଜେପିରେ ସାମିଲ ହୋଇଛନ୍ତି। ବେଗୁନିଆ ବୋଲଗଡର ଅଧ୍ୟକ୍ଷ ରଘୁନାଥ ଷଡଙ୍ଗୀ, ଦେବରାଜ ପଲାଇ,ସେହ୍ନଲତା ଷଡଙ୍ଗୀ,ଚିନ୍ମୟୀ ସେଠୀ,ରମ୍ୟରଂଜନ ସାମନ୍ତରାୟ,ଦିଲୀପ ମହାପାତ୍ର,ସତ୍ୟଭାମା ସେଠୀଙ୍କ ସମେତ ଶତାଧିକ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି। ଆମ୍ ଆଦମୀ ପାର୍ଟିର ନେତ୍ରୀ ଆଇନୀଜୀବୀ ସଙ୍ଗୀତା ମାଝୀ, ଟିଭି ଆଙ୍କର ଅନୁରାଧା ନାୟକ (ମୁସ୍କାନ), ଅରୁଣ ଦାସ, ସାମ୍ବାଦିକ ପ୍ରଶାନ୍ତ ପାଇକରାୟ, ମଧୁସୁଦନ ଦାସ, ଗଙ୍ଗାଧର ପଣ୍ଡା, ପାର୍ଥସାରଥୀ ତ୍ରିପାଠୀ, ହେମନ୍ତ କୁମାର ପଣ୍ଡା, ଦୀପକ ମିଶ୍ର , କିଶୋର ପଟ୍ଟନାୟକ, ସୁମନ୍ତ ଦାସ, ଅରୁଣ ପଟ୍ଟନାୟକ, ବିନୋଦ ବିହାରୀ ବଳ ବିଜେପିରେ ସାମିଲ ହୋଇଛନ୍ତି।