ରାଜନୀତି

ବିଜେପିରେ ଯୋଗ ଦେଲେ ରବି ମଲ୍ଲିକ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର) : କାକଟପୁରର ପୂର୍ବତନ ବିଧାୟକ ରବି ମଲ୍ଲିକ ବିଜେଡିରୁ ଇସ୍ତଫା ଦେଇ ଆଜି ବିଜେପିରେ ଯୋଗ ଦେଇଛନ୍ତି । ବିଜେପି ରାଜ୍ୟ ମୁଖ୍ୟାଳୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରିଷ୍ଠ ନେତା ସମୀର ମହାନ୍ତିଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ସେ ଆଜି ଦଳୀୟ ଅସନ୍ତୋଷ ବ୍ୟକ୍ତି କରି ବିଜେଡି ଛାଡ଼ିଛନ୍ତି ବୋଲି ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ରବି ମଲ୍ଲିକ ହେଉଛନ୍ତି କାକଟପୁରର ପୂର୍ବତନ ବିଧାୟକ । ସେ ୨୦୦୯ରେ ବିଜେଡି ପକ୍ଷରୁ ନିର୍ବାଚନ ଲଢି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ମାତ୍ର ୨୦୧୪ରେ ତାଙ୍କ ସ୍ଥାନରେ ସୁରେନ୍ଦ୍ର ସେଠୀଙ୍କୁ ଟିକେଟ୍ ମିଳିଥିଲା । ଏହିପରି ୨୦୧୯ରେ ମଧ୍ୟ ରବିଙ୍କୁ ଦଳ ପ୍ରାର୍ଥୀ କରିନାହିଁ । ତାଙ୍କ ପ୍ରତି ଅବିଚାର ହୋଇଥିବା କହି ଏବଂ ଟିକେଟ୍ ବଣ୍ଟନରେ ଅସନ୍ତୁଷ୍ଟ ବ୍ୟକ୍ତି କରି ସେ ଆଜି ବିଜେଡି ଛାଡ଼ିଥିଲେ । ଏହା ସହ ଯୋଜନା ବୋର୍ଡ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ । ଏହା ପରେ ତାଙ୍କର ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ଶେଷରେ ହେଉଥିବା ଚର୍ଚ୍ଚା ସତ ହେଲା ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି |

Leave a Reply

Your email address will not be published. Required fields are marked *

Most Popular

Exit mobile version