ରାଜନୀତି

ବିଜେପି ରୁଢ଼ିବାଦୀ ଚିନ୍ତାଧାରା ସମ୍ପନ୍ନ : ବିଜେଡି

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ବିଜେପି ପାଖରେ କୌଣସି ପ୍ରସଙ୍ଗ ନଥିବାରୁ ନାରୀ ନିର୍ଯାତନାକୁ ଆଳ କରିଛି, ଯାହା ଏକ ହାସ୍ୟାସ୍ପଦ ଓ ନିନ୍ଦନୀୟ ଘଟଣା ବୋଲି ବିଜେଡି କହିଛି।
ବିଜେପିର ନାଲିଚୁଡ଼ି ପିନ୍ଧା ଅଭିଯାନ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ବିଜେଡି ମୁଖପାତ୍ର କସ୍ତୁରୀ ମହାପାତ୍ର କହିଛନ୍ତି ଯେ, ଆଜି ମହିଳା ବିଜେପି ଏଭଳି ପ୍ରତିବାଦ କରି ନିଜର ରୁଢ଼ିବାଦୀ ଚିନ୍ତାଧାରାକୁ ପ୍ରତିପାଦନ କରିଛନ୍ତି। ଚୁଡ଼ି କ’ଣ ଦୁର୍ବଳତାର ଲକ୍ଷଣ? ଯଦି ଚୁଡ଼ି ଦୁର୍ବଳତାର ସନ୍ତକ, ତେବେ ନିଜର ଓ ନିଜ ଦଳର ଦୁର୍ବଳତା ଏବଂ ହୀନମନ୍ୟତାକୁ ମହିଳା ବିଜେପି ପଦାରେ ପରିପ୍ରକାଶ କରୁଛନ୍ତି। ନିଜେ କାହିଁକି ଚୁଡ଼ି ପିନ୍ଧି ପ୍ରତିବାଦ କରୁଛନ୍ତି? ବିହାରର ଆଶ୍ରମରେ ସଂଖ୍ୟାଧିକ ଛାତ୍ରୀ ଦୁଷ୍କର୍ମର ଶିକାର ହେଲେ। ଧର୍ମେନ୍ଦ୍ର ପ୍ରଧାନ ଯିଏକି କେନ୍ଦ୍ରମନ୍ତ୍ରୀ ଓ ସେହି ରାଜ୍ୟରୁ ରାଜ୍ୟସଭାକୁ ଯାଇଥିବା ସଦସ୍ୟ, ତାଙ୍କୁ କାହିଁକି ମହିଳା ବିଜେପି ଚୁଡ଼ି ପିନ୍ଧାଇଲେ ନାହିଁ କିମ୍ବା ତାଙ୍କର ବହିଷ୍କାର ପାଇଁ ପ୍ରତିବାଦ କଲେ ନାହିଁ? ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ସରକାର ସର୍ବଦା ମହିଳାମାନଙ୍କ ସମ୍ମାନ, ନିରାପତ୍ତା, ସଶକ୍ତ ଓ ବିକାଶ ଉପରେ ପ୍ରାଧାନ୍ୟ ଦେଇ ଆସିଛନ୍ତି। କିଛି ପ୍ରସଂଗ ନଥାଇ ଏଠାରେ ବିଜେପି ଯେତେ ମିଛରେ ପ୍ରତିବାଦ କଲେ ମଧ୍ୟ ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି ମହିଳା ବିଜେଡି ଉପଦେଷ୍ଟା ତଥା ମୁଖପାତ୍ର ଶ୍ରୀମତୀ ମହାପାତ୍ର କହିଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version