ରାଜନୀତି

ବିଜେପି ହଟାଓରେ ବିଜେଡି ସହଯୋଗ କରିବା ଦରକାର

Posted on

ଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନରେ ବିଜେପିକୁ କ୍ଷମତାଚ୍ୟୁତ କରିବା ହେଉଛି ସିପିଆଇଏମ୍‌ର ପ୍ରମୁଖ ଏଜେଣ୍ଡା । କଂଗ୍ରେସ ସହ କୌଣସି ରାଜନୈତିକ ମଞ୍ଚରେ ସିପିଆଇଏମ୍‌ର ଏକାଠି ହେବନି। ସିପିଆଇଏମ୍‌ ମହାସଚିବ ସୀତାରାମ ୟେଚୁରୀ ଏଥିପାଇଁ କଂଗ୍ରେସକୁ ଛାଡ଼ି ସବୁ ବିରୋଧୀ ଏକଜୁଟ୍ ହେବା ପାଇଁ ଆହ୍ୱାନ ଦେଇଛନ୍ତି । ୟେଚୁରୀ କହିଥିଲେ-“ବିଜେପି ହଟାଓ ଅଭଯାନରେ ବିଜେଡି ସହଯୋଗ କରିବା ଦରକାର। ଆଗାମୀ ନିର୍ବାଚନରେ ବିରୋଧୀଙ୍କ ଭୋଟ ଯେପରି ବିଭାଜିତ ନହୁଏ ତା’ଉପରେ ଗୁରୁତ୍ୱ ଦିଆଯିବ। ନିର୍ବାଚନ ପୂର୍ବରୁ ନୁହେଁ, ଦେଶରେ ନିର୍ବାଚନ ପରେ ହିଁ ସବୁବେଳେ ମେଣ୍ଟ ଗଠନ ହୋଇଥିବାର ନଜିର ରହିଛି। ଯେମିତି ୧୯୯୬ ମସିହାରେ ୟୁନାଇଟେଡ୍‌ ଫ୍ରଣ୍ଟ ଗଠନ କରାଯାଇଥିଲା। ଏଥିରେ ଦେବଗୌଡ଼ା ପ୍ରଧାନମନ୍ତ୍ରୀ ହୋଇଥିଲେ। ସେହିପରି ୨୦୦୪ ମସିହାରେ ୟୁପିଏ ସରକାର ଗଠନ କରାଯାଇଥିଲା । ନିର୍ବାଚନ ପରେ ହିଁ ୟୁପିଏ ଗଠନ ହୋଇଥିଲା। କୌଣସି ପରିସ୍ଥିତିରେ ନିର୍ବାଚନ ପୂର୍ବରୁ ମେଣ୍ଟ ଗଠନ ହୋଇନି।” ସେପଟେ ୟେଚୁରୀଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି। ଦଳ ବିଜେପି ଓ କଂଗ୍ରେସଠାରୁ ସମଦୂରତା ନୀତିରେ କାଏମ୍ ଥିବା ବିଜେଡି ମୁଖପାତ୍ର ରବିନାରାୟଣ ନନ୍ଦ କହିଛନ୍ତି । ତେବେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ଦଳ ସଭାପତି ନେବେ ବୋଲି ସେ ସ୍ପଷ୍ଟ କରିଛନ୍ତି। ସେପଟେ ବାମପନ୍ଥୀଙ୍କ ଗୋଟିଏ ପରେ ଗୋଟିଏ ଗଡ଼ ଭୁଶୁଡୁ ଥିବାରୁ ହତାଶ ହୋଇ ୟେଚୁରୀ ଏମିତି କହୁଛନ୍ତି ବୋଲି ବିଜେପି ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *

Most Popular

Exit mobile version