ପାଟନା: ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲାରେ ଏକ ବଡ଼ଧରଣ ଡଙ୍ଗା ବୁଡ଼ି ଘଟଣା ଘଟିଛି। ଏଥିରେ ପ୍ରାୟ ୨୦ ଜଙ୍କର ମୃତ୍ୟୁ ଆଶଙ୍କା କରାଯାଉଛି। ମୃତକଙ୍କ ସମ୍ପର୍କରେ ସଠିକ ସୂଚନା ମିଳି ନଥିଲେ ହେଁ ୨୦ ଜଣ ନିଖୋଜ ଥିବା ଜଣାପଡ଼ିଛି । ତେବେ ୫ ଜଣଙ୍କୁ ଉଦ୍ଧାର କରିଛନ୍ତି ଜିଲ୍ଲା ଅଗ୍ନିଶମ ବିଭାଗର ଅଧିକାରୀ । ଘଟଣା ସମ୍ପର୍କରେ ସୂଚନା ପାଇଁ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
ମିଳିଥିବା ସୂଚନା ମୁତାବକ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ହୋ ହଲ୍ଲା ସୃଷ୍ଟି ହୋଇଛି । ଯାତ୍ରୀବାହୀ ଡଙ୍ଗାରେ ପ୍ରାୟ ୨୫ ଜଣ ଦିଆରରୁ ସହର ଅଭିମୁଖେ ଆସୁଥିଲେ । ଏହି ଡଙ୍ଗାରେ କ୍ଷମତା ଠାରୁ ଅଧିକ ଲୋକ ରହିଥିବା କୁହାଯାଉଛି । ଏହା ସହିତ ମେଣ୍ଡା ଓ ଅନ୍ୟ ପଶୁ ମଧ୍ୟ ରହିଥିବା କୁହାଯାଉଛି । ଫଳରେ ନଦୀ ସୁଅରେ ନିୟନ୍ତ୍ରଣ ରଖି ନ ପାରି ଡଙ୍ଗାଟି ବୁଡ଼ିଯାଇଥିଲା । ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସୂଚନା ରହିଛି ।
ସ୍ଥାନୀୟ ଥାନା ଅଧିକାରୀ କହିଛନ୍ତି କି ସକାଳ ପ୍ରାୟ ୯ଟା ସମୟରେ ଏହି ଘଟଣା ଘଟିଛି । ଡଙ୍ଗାରେ ୨୫ରୁ ଊର୍ଦ୍ଧ୍ବ ଲୋକ ଥିଲେ । ତେବେ ଡଙ୍ଗାରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଏନଡିଆରଏଫ ଟିମ ପହଞ୍ଚିଛନ୍ତି । ଟିମ ନିଖୋଜ ହୋଇଥିବା ଲୋକମାନଙ୍କୁ ଉଦ୍ଧାର ପାଇଁ କାର୍ଯ୍ୟ ଜାରି ରଖିଛନ୍ତି ।
ବିହାରରେ ମୌସୂମୀ ଏବେ ସକ୍ରିୟ ଅଛି। ପ୍ରବଳ ବର୍ଷା ଯୋଗୁଁ ଅନେକ ଅଞ୍ଚଳରେ ଜଳମଗ୍ନ ହୋଇଛି । ନଦୀ ଗୁଡ଼ିକରେ ବନ୍ୟା ସ୍ଥିତି ଦେଖାଦେଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ବିହାର ଏବଂ ଝାଡଖଣ୍ଡ ଦେଇ ଏକ ଟ୍ରଫ୍ ଯାଉଛି। ଏହି କାରଣରୁ ବିହାରର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥି ସହିତ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମଧ୍ୟମରୁ ପ୍ରବଳ ବର୍ଷା ପାଇଁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଏଥିସହିତ ଲଗାତାର ବର୍ଷା ହେତୁ ବାଗମାଟି, ଗାନ୍ଧକ ଏବଂ ଆଡ଼ୱାରା ଗୋଷ୍ଠୀର ନଦୀ ଜଳ ପ୍ରବାହିତ ହେଉଛି।
ପାଣିପାଗ ବିଭାଗ ଅନୁଯାୟୀ ପାଲ୍, ପଶ୍ଚିମ ଚମ୍ପରନ୍, ସୀତାମାରହି, ଗୋପାଳଗଞ୍ଜ, କିଶାନଗଞ୍ଜ, ସିୱାନ୍, ସରଣ, ପୂର୍ବ ଚମ୍ପାରନ୍, ମୁଜାଫରପୁର ଏବଂ ପାଟଣାର ଅନେକ ଅଞ୍ଚଳରେ ଏହି ବର୍ଷା ହେବ। ବର୍ଷା ଯୋଗୁଁ ତାପମାତ୍ରା ହ୍ରାସ ମଧ୍ୟ ରେକର୍ଡ ହେବ। ଏହା ସହିତ ଲୋକମାନେ ଉତ୍ତାପ ଏବଂ ଆର୍ଦ୍ରତାରୁ ମଧ୍ୟ ଆରାମ ପାଇବେ ।