Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ବୁଲିବାକୁ ଯାଇଥିଲେ କାବୁଲ, ପହଞ୍ଚିଗଲେ ଆମେରିକାରେ

କାବୁଲ: ଆଫଗାନିସ୍ତାନ ଉପରେ ତାଲିବାନିଙ୍କ କବଜା ପରେ ସେଠାରେ ବର୍ତ୍ତମାନ ଭୟର ମାହୋଲ। ଜନଜୀବନ ଭୟର ବାତାବରଣ ମଧ୍ୟରେ ବିତୁଥିବା ବେଳେ ସହୟତା ପାଇଁ ଲୋକମାନେ ଚିତ୍କାର କରୁଛନ୍ତି । ତେବେ ଏହାରି ମଧ୍ୟରେ ଏକ ମଜାଦାର ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏହି ଘଟଣାକୁ ଡଚର ଜଣେ ରାଜନେତା ତାଙ୍କ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଡଚର ରାଜନେତା ଜୋରାମ ଭାନ କ୍ଲାଭେରେ ଏହି ଘଟଣା ସମ୍ପର୍କରେ ଉଲ୍ଲେଖ କରିଛନ୍ତି ।

ତାଙ୍କ ଟ୍ବିଟ ଅନୁଯାୟୀ ମୋସୋ ଶିନଓ୍ୱାରୀ ନାମକ ଜଣେ ପାକିସ୍ତାନୀ ଟ୍ରକ ଡ୍ରାଇଭର ପେଶାଓ୍ୱାରରୁ କାବୁଲ ବାହାରିଥିଲେ । ମାତ୍ର ଆମେରିକାରେ ଓହ୍ଲାଇଥିଲେ । ଏହି ଟ୍ବିଟ ଆସିବା ପରେ ସମସ୍ତଙ୍କୁ ଚକିତ କରିପକାଇଛି । ଘଟଣା ଟି ଏହିପରି । ପେଶାଓ୍ୱାରର ଜଣେ ଟ୍ରକ ଡ୍ରାଇଭର ନିଜ ଗାଡ଼ି ଧରି କାବୁଲ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । କାବୁଲର ସ୍ଥିତି ସମ୍ପର୍କରେ ଜାଣିବା ପାଇଁ ସେ ଏହି ଯାତ୍ରା ଆରମ୍ଭ କରିଥିଲେ । ପେଶାଓ୍ୱାରରୁ କାବୁଲ ପ୍ରାୟ ୫ ଘଣ୍ଟାର ରାସ୍ତା । ତେବେ ସେ ସଫଳତାର ସହ କାବୁଲରେ ପହଞ୍ଚିଥିଲେ। ଏକ ଜାଗାରେ ନିଜ ଗାଡ଼ିକୁ ରଖି କାବୁଲ ବିମାନବନ୍ଦର ଅଭିମୁଖେ ଯାଇଥିଲେ ।

ଏଠାରେ କହି ରଖୁ କି କାବୁଲରେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣ ବାହାରେ ରହିଛି । ତାଲିବାନ ଭୟରେ ସେଠାରୁ ଲୋକମାନେ ଅନ୍ୟ ରାଷ୍ଟ୍ରକୁ ଚାଲି ଯାଉଛନ୍ତି । ଅନ୍ୟ ରାଷ୍ଟ୍ରକୁ ଯିବା ପାଇଁ ଲୋକମାନଙ୍କର ଭିଡ଼ ରହିଛି । ତେବେ ଭିଡ ମଧ୍ୟରେ ଉକ୍ତ ଟ୍ରକ ଡ୍ରାଇଭର ମଧ୍ୟ ହଜି ଯାଇଥିଲେ । ଆମେରିକାର ସେନା ବିମାନରେ ଭିଡ଼ର ସୁଅ ମଧ୍ୟରେ ଚଢିଥିଲେ । ଆଉ କିଛି ଦିନ ପରେ ସେ ଆମେରିକାରେ ଓହ୍ଲାଇଥିଲେ ।

ଇତି ମଧ୍ୟରେ ଉକ୍ତ ଡ୍ରାଇଭରଙ୍କ ସହିତ ପରିବାର ଲୋକଙ୍କ ଯୋଗାଯୋଗ ହୋଇ ପାରିନଥିଲା । ଫଳରେ ପରିବାର ଲୋକେ ତାଙ୍କ ମୃତ୍ୟୁ ହୋଇଥିବା ନେଇ ଏକ ପ୍ରକାର ନିଶ୍ଚିତ ହୋଇଥିଲେ । ଏପରିକି ଶୁଦ୍ଧିକ୍ରିୟା ମଧ୍ୟ ସରିଯାଇଥିଲା । ସେପଟେ ଆମେରିକାରେ ପହଞ୍ଚିବା ପରେ ଉକ୍ତ ଡ୍ରାଇଭର ଜଣକ ଘରକୁ ଯୋଗାଯୋଗ କରିଥିଲେ ଓ ଘଟଣା ସମ୍ପର୍କରେ ସବିଶେଷ ସୂଚନା ଦେଇଥିଲେ । ଏହି ତଥ୍ୟ ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି । ଆମେରିକାରେ ଆସାଦ ଶିନଓ୍ୱାରୀ ଜଣେ ବ୍ଲଗର ଉକ୍ତ ଟ୍ରକ ଡ୍ରାଇଭରଙ୍କ ସମ୍ପର୍କରେ ସୋସିଆଲ ମିଡ଼ିଆରେ ଛାଡ଼ିଥିଲେ ।

ସୂଚନାଯୋଗ୍ୟ ଆଫଗାନିସ୍ତାନ କବଜା ପରେ ସେଠାରୁ ଲୋକମାନେ ବିଶ୍ବର ବିଭିନ୍ନ ରାଷ୍ଟ୍ରକୁ ପଳାୟନ କରୁଛନ୍ତି । ଯାହା ଫଳରେ ଅନେକ ଲୋକଙ୍କ ସମ୍ପର୍କରେ ତଥ୍ୟ ଜଣାପଡ଼ୁନାହିଁ। ଅନେକ ନିଖୋଜ ମଧ୍ୟ ହୋଇଯାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top