Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ପଶ୍ଟିମବଙ୍ଗ ନିର୍ବାଚନ ପରବର୍ତ୍ତି ହିଂସା ମାମଲା : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆକ୍ସନରେ ସିବିଆଇ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରବର୍ତ୍ତି ହିଂସା ମାମଲା ତଦନ୍ତ ସିବିଆଇ ଆରମ୍ଭ କରିଛି । ଫଳରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୯ଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ସିବିଆଇ । ହିଂସା ସମୟରେ ମହିଳାଙ୍କ ବିରୋଦରେ ଅପରାଧ ଓ ହତ୍ୟା ତଦନ୍ତ କରିବ ସିବିଆଇ । ତଦନ୍ତ ପାଇଁ ସିବିଆଇ ଯୁଗ୍ମ ନିର୍ଦ୍ଦେଶକଙ୍କ ନେତୃତ୍ବରେ ୪ଟି ଟିମ ଗଠନ କରିଛି । ଏହି ଟିମ ଗୁଡ଼ିକ ହିଂସା ପ୍ରଭାବିତ ଅଞ୍ଚଳ ଗସ୍ତ କରିବ ବୋଲି ସୂଚନା ରହିଛି ।
ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି ଯେ ଅତିରିକ୍ତ ନିର୍ଦ୍ଦେଶକ ସ୍ତରର ଜଣେ ବରିଷ୍ଠ ଅଧିକାରୀଙ୍କ ନିର୍ଦ୍ଦେଶରେ ତଦନ୍ତ ଆଗେଇବ। ପ୍ରତିଟି ଟିମରେ ୭ ଜଣ ସଦସ୍ୟ ରହିଛନ୍ତି । ପ୍ରତିଟି ଟିମରେ ଜଣେ ଉପ ମହାନୀରିକ୍ଷକ ଓ ତିନି ଜଣ ପୁଲିସ ଅଧିକ୍ଷକ ରହିବେ । କୋଲକାତା ହାଇକୋର୍ଟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ହୋଇଥିବା ହିଂସାରେ ମହିଳାଙ୍କ ପ୍ରତି ଅତ୍ୟାଚାର, ଅପରାଧ ଓ ହତ୍ୟା ମାମଲା ତଦନ୍ତ ପାଇଁ ସିବିଆଇ କୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ପାଇବା ପରେ ସିବିଆଇ ତଦନ୍ତ ଆରମ୍ଭ କରିଛି ।

ନିର୍ବାଚନ ପରବର୍ତ୍ତୀ ହିଂସା ମାମଲାର ତଦନ୍ତ ଭାର ସିବିଆଇ ଅଖିଳେଶ ସିଂହକୁ ଦିଆଯାଇଛି । ଅଖିଳେଶ କୋଇଲା ଏବଂ ପଶୁ ଚୋରା ଚାଲାଣ ରୋକିବାରେ ମୁଖ୍ୟ ଭୁମିକା ତୁଲାଇ ଆସିଛନ୍ତି । ଅଖିଳେଶ ସିଂ ବର୍ତ୍ତମାନ ସ୍ୱତନ୍ତ୍ର କ୍ରାଇମ ଶାଖାର ଅତିରିକ୍ତ ଦାୟିତ୍ବରେ ରହିଛନ୍ତି। ତାଙ୍କୁ ସ୍ୱତନ୍ତ୍ର ଅପରାଧ ଶାଖାର ମୁଖ୍ୟ କରାଯାଇଛି। ସେ ହତ୍ୟା ଓ ବଳାତ୍କାର ମାମଲାର ତଦନ୍ତ କରିବେ। ନିର୍ବାଚନ ପରବର୍ତ୍ତୀ ହିଂସା ସଂପର୍କରେ ସମୁଦାୟ ୬୪ ଜଣ ସିବିଆଇ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ବର୍ତ୍ତମାନ ଦଳର ସଦସ୍ୟଙ୍କ ସଂଖ୍ୟା ୧୦୯କୁ ବୃଦ୍ଧି ପାଇଛି। ଦଳରେ ଥିବା ମୋଟ ୮୪ ଅନୁସନ୍ଧାନକାରୀଙ୍କ ମଧ୍ୟରୁ IO, ଇନ୍ସପେକ୍ଟର ଏବଂ DSP ଭଳି ଅଧିକାରୀ ଅଛନ୍ତି | ଏହା ବ୍ୟତୀତ ୨୫ ଜଣ ଅଧିକାରୀ ଯୁଗ୍ମ ନିର୍ଦ୍ଦେଶକ, ଡିଜି, ଏସପି ପଦବୀରେ ଅଛନ୍ତି। ପ୍ରତ୍ୟେକ ଜୋନ୍ ଟିମରେ ୨୧ ଜଣ ଅନୁସନ୍ଧାନକାରୀ କିମ୍ବା IO ରହିବେ । ରାଜ୍ୟଗୁଡିକ ୪ଟି ଯୁଗ୍ମ ନିର୍ଦ୍ଦେଶକ ସ୍ତରର ଅଧିକାରୀଙ୍କ ନିକଟରେ ପହଞ୍ଚି ସାରିଛନ୍ତି। ଅଧିକାଂଶ DIG ଏବଂ SP ରାଙ୍କରେ ଅଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top