ଆକ୍ସନ ମୋଡ଼ରେ ସରକାର। ବେଆଇନ ପାର୍କିଙ୍ଗ ଯୋଗୁଁ ବନ୍ଦ ହୋଇଛି ରସୁଲଗଡସ୍ଥିତ ବିଶାଲ ମେଗା ମାର୍ଟ। ବେଆଇନ ପାର୍କିଙ୍ଗ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ବିଶାଲ ମେଗା ମାର୍ଟ ଆଗରେ ଥିବା ସର୍ଭିସ ରୋଡ଼ ପର୍ଯ୍ୟନ୍ତ ବେଆଇନ ଭାବେ ଗାଡି ପାର୍କିଙ୍ଗ ହୋଇଥିଲା। ଟ୍ରାଫିକ ପୋଲିସ ତଦାରଖ କରିବାରୁ ସପିଙ୍ଗ ମଲ ମ୍ୟାନେଜର ପୋଲିସକୁ ଗାଳିଗୁଲଜ କରିଥିଲେ। ଦୁର୍ବ୍ୟବହାର କରିବା ସହ ପୋଲିସ ଉପରକୁ ହାତ ଉଠାଇବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା। ଏହାପରେ ସପିଙ୍ଗ ମଲ ବନ୍ଦ କରିବା ସହ ସମ୍ପୃକ୍ତ ମ୍ୟାନେଜରଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି ମଞ୍ଚେଶ୍ୱର ଥାନା ପୋଲିସ। ତେବେ ରାଜଧାନୀରେ ବେଆଇନ ପାର୍କିଙ୍ଗ କରୁଥିବା ସପିଙ୍ଗ ମଲ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଆଇଏଏସ୍ ସୁଜାତାଙ୍କ ଛୁଟି ଆବେଦନ ଅଗ୍ରାହ୍ୟ, ଆଉ ୬ମାସ ଛୁଟି ମାଗିଥିଲେ
ଭୁବନେଶ୍ୱର(ଓଡ଼ିଶା ୱେୟାର): ୨୦୦୦ ବ୍ୟାଚ୍ ଆଇଏଏସ୍ ସୁଜାତା କାର୍ତ୍ତିକେୟନ ରାଉତଙ୍କୁ ଶକ୍ତ ଝଟକା । ବିଜେଡିର ନିର୍ବାଚନୀ ବିପର୍ଯ୍ୟୟ ପରେ ମେ’ ୩୧ରୁ ୬ମାସ ଛୁଟିରେ ଯାଇଥିବା...