Latest

ବ୍ରାଉନ ସୁଗର ଜବତ, ମହିଳା ବ୍ୟବସାୟୀ ଗିରଫ

Posted on

ଖୋର୍ଦ୍ଧା(ଓଡ଼ିଶା ୱେୟାର) :ଖୋର୍ଦ୍ଧାରୁ ବ୍ରାଉନ ସୁଗର ଜବତ ସହ ମହିଳା ବ୍ୟବସାୟୀ ଗିରଫ । ଖୋର୍ଦ୍ଧା ଆଦର୍ଶ ଥାନା ସାମନ୍ତରାପୁର ସ୍ୱପ୍ନେଶ୍ୱର ସାହିରୁ ୩୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । କୌଣସି ସୁତ୍ରରୁ ଖବରପାଇ ଖୋର୍ଦ୍ଧା ଏସଡିପିଓ ସୁଶିଲ ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍‌ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ମହିଳା ବ୍ୟବସାୟୀ ସରୋଜିନୀ ଧଳକୁ ଗିରଫ କରିବା ସହିତ ନଗଦ ୫୨ ହଜାର ଟଙ୍କା ଜବତ କରିଥିଲା ପୋଲିସ । ତେବେ ବ୍ରାଉନ ସୁଗର କେଉଁଠୁ ଆସୁଥିଲା ସେନେଇ ଅଧିକ ତଦନ୍ତ ଚଳାଇଛି ପୋଲିସ । ଜବତ ୩୦ ଗ୍ରାମ ବ୍ରାଉନସୁଗାରର ମୁଲ୍ୟ ତିନି ଲକ୍ଷ ହେବ ।

ତେବେ ପ୍ରାୟତଃ ସମୟର ଖୋର୍ଦ୍ଧାରୁ ବାରମ୍ବାର ବିପୁଳ ପରିମାଣର ଧଳା ଜହର ଜବତ କରାଯାଉଛି। ଅନେକ ବେପାରୀଙ୍କୁ ମଧ୍ଯ ଗିରଫ କରାଯାଉଛି । ରାଜ୍ଯ ତଥା ରାଜ୍ଯ ବାହାରେ ବର୍ତ୍ତମାନ ସମୟରେ ଏହି ଧଳା ଜହର ଚୋରା ବ୍ଯବସାୟ ଜୋରଦାର୍ ଚାଲିଛି। ଯେଉଁଥିରେ ବିଶେଷ କରି ଯୁବଗୋଷ୍ଠୀମାନେ ଫଶିଥିବାର ଜଣାପଡିଛି। ଏସବୁକୁ ରୋକିବାକୁ ପୋଲିସ୍ କଠୋର ନୀତି ଅବଲମ୍ବନ କରୁଛି ତଥାପି ପୋଲିସ୍ ଆଖିରେ ଧୂଳି ଦେଇ ନିଜର କଳାକାରନାମା ଜାରି ରଖିଛନ୍ତି ଚୋରା ବେପାରୀମାନେ।

ସୂଚନା ଥାଉକି, ନିକଟରେ ଜଳେଶ୍ୱରରୁ ଅଢେଇ କୋଟିର ବ୍ରାଉନସୁଗର ଜବତ କରାଯାଇଥିଲା। ଜଳେଶ୍ୱର ଅବକାରୀ ବିଭାଗ ଓ ପୋଲିସର ମିଳିତ ଚଢାଉ ବେଳେ ବିପୁଳ ପରିମାଣର ଧଳା ଜହର ଜବତ କରାଯାଇଥିଲା। ଘଟଣାରେ ୩ ବେପାରୀଙ୍କୁ ଗିରଫ କରିଥିଲା ପୋଲିସ। ଖାଲି ସେତିକି ନୁହେଁ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ସାର୍ଥା ଗାଁରୁ ମଧ୍ଯ ବ୍ରାଉନସୁଗର ବେପାରୀକୁ ଗିରଫ କରାଯାଇଥିଲା । ଏହା ସହ ଏକ ଚୋରା ବନ୍ଧୁକ ଜବତ କରିଥିଲା ପୋଲିସ୍ । ଗିରଫ ଅଭିଯୁକ୍ତ ଥିଲା ସୁନୀଲ ଗୌଡ । ସୁନୀଲ ଗାଁ ଭିତରେ ପଶି ଲୋକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରୁଥିବାବେଳେ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଖବର ପାଇ ସାର୍ଥା ଫାଣ୍ଡି ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲା ।

Leave a Reply

Your email address will not be published. Required fields are marked *

Most Popular

Exit mobile version