Latest
ବ୍ରୋଞ୍ଜ ପଦକ ଜିତିଲେ ଭାରତର କୁସ୍ତିଯୋଦ୍ଧା ଅମନ ସେରାଓ୍ଵତ
ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଆଜି ଭାରତର ୧୪ତମ ଦିବସ । ବର୍ତ୍ତମାନ ସୁଦ୍ଧା ଭାରତ ମୋଟ ୬ଟି ପଦକ ଜିତିସାରିଛି। ପ୍ୟାରିସ ଅଲିମ୍ପିକ୍ସରେ ଭାରତ ଏପର୍ଯ୍ୟନ୍ତ ସୁଟିଂ, ହକି ଏବଂ ଜାଲଭିନରେ ପଦକ ଜିତିଛି। ଏବେ ୧୪ତମ ଦିନରେ ଭାରତକୁ ମିଳିଛି ଷଷ୍ଠ ପଦକ। କୁସ୍ତିଯୋଦ୍ଧା ଅମନ ସେରାଓ୍ଵତଙ୍କ ଦ୍ୱାରା ଭାରତ ଷଷ୍ଠ ପଦକ ଜିତିଛି। ସେ ମଧ୍ୟ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ପଦକ ଜିତିବାରେ ପ୍ରଥମ ଭାରତୀୟ ରେସଲର।ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଅମନ ସେରାୱତ ପୁରୁଷ ଫ୍ରିଷ୍ଟାଇଲ ୫୭ କିଲୋଗ୍ରାମ ବର୍ଗରେ ପୁଏର୍ତୋ ରିକୋର ଡାରିଆନ୍ ଟୋଇ କୄଜଙ୍କୁ ୧୩-୫ରେ ପରାସ୍ତ କରି ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି। ପ୍ରଥମ ରାଉଣ୍ଡରେ ଅମନ ୪-୩ରେ ଆଗୁଆ ରହିଥିଲେ।