ରାଜନୀତି
ଭଣ୍ଡାରୀପୋଖରୀ ଓ ଘଷିପୁରା ଆସନରୁ ଲଢିବେ ନିରଞ୍ଜନ
ଭୁବନେଶ୍ୱର(ଓଡ଼ିଶା ୱେୟାର): ଚଳିତ ବିଧାନସଭା ନିର୍ବାଚନରେ ୨ଟି ଆସନରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଲଢୁଥିବାର ସୂଚନା ମିଳିଛି।
ସୁଚନାନୁଯାୟୀ, ନିରଂଜନ କେନ୍ଦୁଝର ଜିଲ୍ଲାର ଘଷିପୁରା ଏବଂ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଆସନରୁ ନିର୍ବାଚନ ଲଢୁଛନ୍ତି। ଘଷିପୁରାରୁ ମଧ୍ୟ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଲଢୁଛନ୍ତି । ଉଲ୍ଲେଖନୀୟ, ଘଷିପୁରାରେ ଜଣେ ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରାଙ୍କ ଅତି ନିର୍ମମ ମୃତ୍ୟୁ ପରେ ନିରଂଜନ ପଟ୍ଟନାୟକ ଓ ବଦ୍ରି ପାତ୍ରଙ୍କ ଭିତରେ ବାକ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା।ଶ୍ରୀ ପାତ୍ର ନିରଞ୍ଜନଙ୍କୁ ଆକ୍ଷେପ କରି କହିଥିଲେ ନିରଞ୍ଜନଙ୍କୁ ଲୋକେ ଚିହ୍ନି ନାହାନ୍ତି, ଯଦି ତାଙ୍କର ଦମ ଅଛି ତେବେ ସେ ଘଷିପୁରାରୁ ଲଢନ୍ତୁ । ତେବେ ଏହାର ଉତ୍ତରରେ ଗଣମାଧ୍ୟମକୁ ନିରଞ୍ଜନ କହିଥିଲେ ଯେ, ଦଳ ଯଦି ଚାହିଁବ, ତା’ହେଲେ ମୋ ପକ୍ଷରୁ କିଛି ଅସୁବିଧା ନାହିଁ । ତେବେ ଆଜି ଏହି ଖବର ପଦାକୁ ଆସିବା ପରେ ରାଜନୀତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।