ରାଜ୍ୟ
ଭୋଟ ପାଇଁ ହୀନ ଚକ୍ରାନ୍ତ କରି ଫସିଲେ ନବୀନ: ମୁଖ୍ୟମନ୍ତ୍ରୀ
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରି ବର୍ଷିଛନ୍ତି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି ଭୋଟ ପାଇଁ ହୀନ ଚକ୍ରାନ୍ତ କରି ଫଶିଲେ ନବୀନ । ଓଡ଼ିଆ ଅସ୍ମିତାକୁ ବିପଦରେ ପକାଇଦେଲେ । ଓଡିଆ କଷ୍ଟ ପାଇଲେ ତେଣୁ ସରକାର ବଦଳାଇବେ।ନବୀନଙ୍କ ୨୪ ବର୍ଷର ଶାସନ ରାଜ୍ୟକୁ ବିକାଶ ବଦଳରେ ଧ୍ବଂସ କରିଦେଲା।ମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ୨୪ ବର୍ଷର ବିଜେଡି ଗାଦିକୁ ହଟାଇ ଭାଜପା ପ୍ରଥମଥର ପାଇଁ ରାଜ୍ୟରେ ସରକାର ଗଢିଛି। ନିର୍ବାଚନ ଫଳାଫଳ ଆସିବାର ଇତିମଧ୍ୟରେ ୩ ମାସ ବିତିଗଲାଣି। ଏବେ ବି ବିଜେଡି ପରାଜୟର କାରଣ ଖୋଜୁଛି। ନିର୍ବାଚନ ହାରିବା ପରେ ବିଜେଡିରେ ନେତା ଖୋଲାଖୋଲି ଦଳର ଭିତିରି କଥା ପଦାକୁ ଆଣିଛନ୍ତି।