ରାଜନୀତି
ମହାନଦୀ ସୁରକ୍ଷା ଅଭିଯାନର ତୃତୀୟ ଦିନ : ସୋନପୁର, ବୌଦ୍ଧ ଓ ଆଠମଲ୍ଲିକରେ ସାଧାରଣ ସଭା
ଭୁବନେଶ୍ୱର : ମହାନଦୀ ସୁରକ୍ଷା ଅଭିଯାନର ତୃତୀୟ ଦିବସରେ ସମ୍ବଲପୁର ଠାରୁ ବିଜେଡିର ବାମ ଓ ଦକ୍ଷିଣ ପାଶ୍ୱର୍ ଶୋଭାଯାତ୍ରାକାରୀମାନେ ଏକତ୍ରିତ ହୋଇ ଯାତ୍ରାରମ୍ଭ କରିଥିଲେ । ଧମାରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହେବା ପରେ ସମସ୍ତେ ସିଣ୍ଡୋଲ ଅଭିମୁଖେ ଯାତ୍ରା କରି ତା’ପରେ ମେଟାକାନି ଯାଇଥିଲେ । ସେଠାରୁ ଦଳର ଉପ-ସଭାପତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଦକ୍ଷିଣ ପାଶ୍ୱର୍ରେ କରାଯାଇଥିବା ମହାନଦୀ ସୁରକ୍ଷା ଅଭିଯାନର ସଦସ୍ୟମାନେ ମେଟାକାନିରୁ ବିନ୍କା ଯାଇ ପହଞ୍ôଚବା ପରେ ସୋନପୁର ଅଭିମୁଖେ ଯାତ୍ରା କରିଥିଲେ । ପଥପ୍ରାନ୍ତ ସଭା କରି ସୋନପୁରରେ ପହଞ୍ôଚବା ସହ ସେଠାରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଅପରାହ୍ଣ ପ୍ରାୟ ସାଢ଼େ ୪ଟା ବେଳେ ଏଠାରୁ ବାଉଁଶୁଣୀ, ମନମୁଣ୍ଡା ଓ ବୌଦ୍ଧ ଯାଇଥିଲା ସୁରକ୍ଷା ଅଭିଯାନର ଟିମ୍ । ବୌଦ୍ଧରେ ଅନୁଷ୍ଠିତ ସାଧାରଣ ସଭାରେ ସୁବର୍ଣ୍ଣପୁର ଜିଲ୍ଲାର ବିଧାୟକମାନଙ୍କ ସମେତ ଜିଲ୍ଲା ବିଜେଡି ସଭାପତି ଓ ଦଳୀୟ କର୍ମକର୍ତ୍ତାମାନେ ଭାଗ ନେଇଥିଲେ ।
ସେହିପରି ଦଳର ଉପ-ସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ବାମପାଶ୍ୱର୍ରେ ମହାନଦୀ ସୁରକ୍ଷା ଅଭିଯାନ ସଦସ୍ୟମାନେ ମେଟାକାନିରୁ ଉଲୁଣ୍ଡା ଦେଇ ବୀରମହାରାଜପୁର ଯାଇଥିଲେ । ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟା ସମୟରେ ସେଠାରେ ସାଧାରଣ ସଭା ଅନୁଷ୍ଠିତ ହେବା ସହିତ ସୁରକ୍ଷା ଅଭିଯାନ ଟିମ୍ ସେଠାରୁ କଦଳିଗଡ଼, କିଆକଟା ଓ ମାଧପୁର ଦେଇ ପଥପ୍ରାନ୍ତ ସଭା କରିବା ସହ ଆଠମଲ୍ଲିକରେ ପହଞ୍ôଚଥିଲେ । ସେଠାରେ ସାଧାରଣ ସଭା କରାଯାଇଥିଲା । ତା’ପରେ ସୁରକ୍ଷା ଅଭିଯାନର ସଦସ୍ୟମାନେ ଆଠମଲ୍ଲିକରୁ ଅଇଡ଼ା ଯାଇଥିଲେ । ସେଠାରେ ରହିବା ସହିତ ମହାନଦୀ ସମସ୍ୟା ନେଇ ଆଲୋଚନା ହୋଇଥିଲା । ଆଜିର ଏହି ତୃତୀୟ ଦିନରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପ୍ରତାପ ଜେନା, ବିଧାୟକ ପଦ୍ମନାଭ ବେହେରା, ରାସେଶ୍ୱରୀ ପାଣିଗ୍ରାହୀ, ରୋହିତ ପୂଜାରୀ, ମହିଧର ରଣା, ସଂଜୀବ ସାହୁ, ସାଂସଦ ପ୍ରତାପ ଦେବ, ନଗେନ୍ଦ୍ର ପ୍ରଧାନ, କଳିକେଶ ନାରାୟଣ ସିଂହଦେଓ, ବିଧାୟକଙ୍କ ପ୍ରତିନିଧି ଅଶୋକ ସାହୁ, ସୋନପୁର ଜିଲ୍ଲା ବିଜେଡି ସଭାପତି ସରୋଜ କାମ୍ପ, ସମ୍ବଲପୁର ଜିଲ୍ଲା ସଭାପତି ପ୍ରମୋଦ ରଥ, କିଶୋର ମହାନ୍ତି, କୃତିବାସ ପାତ୍ର, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣା ପ୍ରତାପ ପାତ୍ର, ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ସଂଜୀତ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।