Latest
ରଣବୀନର ଇଣ୍ଟରନାଲ କମ୍ପାର୍ଟମେଣ୍ଟରେ ବିସ୍ଫୋରଣ ୩ ଯବାନ ସହିଦ,୧୧ ଆହତ
ନୂଆଦିଲ୍ଲୀ: INSରଣବୀରରେ ବିସ୍ଫୋରଣ ଘଟି ୩ ଜଣ ଯବାନ ସହିଦ। ଡକୟାର୍ଡରେ ଏହି ଅଘଟଣ ଘଟିଥିବା ଜଣାପଡିଛି। ରଣବୀନର ଇଣ୍ଟରନାଲ କମ୍ପାର୍ଟମେଣ୍ଟରେ ଏହି ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ଜାହାଜର କୌଣସି ବଡ଼ ଧରଣ କ୍ଷତି ହୋଇ ନଥିବା ଜଣାପଡିଛି। ୩ ଜଣଙ୍କ ମୃତ୍ଯୁ ହୋଇଥିବା ବେଳେ, ୧୧ ଆହତ ହୋଇଛନ୍ତି। ପରେ ଜାହାଜରେ ଥିବା କ୍ରୁ ମେମ୍ଓ୍ୱର ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ । ନାଭାଲ୍ କମାଣ୍ଡରୁ INS ରଣବୀରକୁ କ୍ରସ କୋଷ୍ଟ ଅପରେସନାଲରେ ନିୟୋଜିତ କରାଯାଇଥିଲା। ଶୀଘ୍ର ଏହା ନିଜରର ବେସକୁ ଫେରିଥାନ୍ତି। ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ନୌସେନା ସୂତ୍ରରୁ ଜଣାପଡିଛି।