Latest

ରଥଯାତ୍ରା ପରିଚାଳନା ପାଇଁ ଦ୍ୱିତୀୟ ସମନ୍ୱୟ କମିଟି ବୈଠକ

Posted on

୧୯୭୧ ରଥଯାତ୍ରା ଆଇନ ଅନୁଯାୟୀ ଚଳିତବର୍ଷ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଇଥିବା ବେଳେ ରଥଯାତ୍ରାକୁ ସୁରୁଖୁରୁରେ ସମ୍ପନ୍ନ କରିବାକୁ ରାଜ୍ୟ ସରକାର ଓ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରୟାସ କରାଯାଉଛି । ଆଜି ଏନେଇ ଆଇନମନ୍ତ୍ରୀ ପୃଥ୍ୱୀବରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିର ବିଭିନ୍ନ ବିଭାଗର ସଚିବ, ପୁରୀ ଜିଲ୍ଲାପାଳ, ପୁଲିସ ବିଭାଗର ବରିଷ୍ଠ ଅଧିକାରୀ ମାନେ ଏହି ବୈଠକରେ ଉପସ୍ଥିତ ରହିଥିଲେ । ଶୃଙ୍ଖଳିତ ନୀତିକାନ୍ତି ଉପରେ ପ୍ରଶାସନିକ ଅଧିକାରୀ ଏବଂ ସେବାୟତଙ୍କ ସହ ଆଲୋଚନା କରାଯାଉଛି ।

ଆଇନଶୃଙ୍ଖଳା ବ୍ୟବସ୍ଥା ଉପରେ ମଧ୍ୟରେ ଆଲୋଚନା ହେବାର ଅଛି । ଗାଡି ପାର୍କିଂ, ଟ୍ରାଫିକ କଟକଣା ସହ ୧୬ ଟି ପ୍ରସଙ୍ଗ ଉପରେ ମୋଟ ଆଲେଚନା ହୋଇଛି । ଆଇନଶୃଙ୍ଖଳା ପରିସ୍ଥିତି ଉପରେ କଡା ନଜର ରଖାଯିବା ବୋଲି ମନ୍ତ୍ରୀ କହିଛନ୍ତି ।ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ପଂଚାୟତରାଜ ମନ୍ତ୍ରୀ, ପରିବହନ ମନ୍ତ୍ରୀ, ପୁରୀ, ପିପିଲି, ବ୍ରହ୍ମଗିରି ବିଧାୟକ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *

Most Popular

Exit mobile version