Latest

ରାଜଧାନୀରେ ସ୍ୱାମୀକୁ ମାରିଲା ସ୍ତ୍ରୀ !

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜଧାନୀ ଭୁବନେଶ୍ୱରରେ ଜଣେ ବ୍ୟକ୍ତିଙ୍କ ରକ୍ତ ଜୁଡୁବୁଡୁ ମୃତଦେହକୁ ତାଙ୍କ ଘର ଭିତରୁ ଉଦ୍ଧାର କରାଯାଇଛି। ଚନ୍ଦ୍ରଶେଖରପୁର ମଣ୍ଡପ ବସ୍ତିରେ ଘଟିଛି ଏହି ଘଟଣା। ମୃତ ବ୍ୟକ୍ତି ଜଣଙ୍କ ହେଲେ ଶ୍ୟାମ ମୁଣ୍ଡୁରି। ଏହି ଘଟଣାରେ ପୁଲିସ ମୃତକଙ୍କ ସ୍ତ୍ରୀ ଝିଙ୍କି ମୁଣ୍ଡୁରିଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଶ୍ୟାମଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତାଙ୍କ ସ୍ତ୍ରୀ ଝିଙ୍କି ହିଁ ଶ୍ୟାମଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି।
ମୃତ ଯୁବକଙ୍କ ଭାଇ ଶଙ୍କର ମୁଣ୍ଡୁରି କହିଛନ୍ତି, ମୋ ଭାଇକୁ ଭାଉଜ କାଠଫାଳିଆରେ ପିଟି ହତ୍ୟା କରିଥିବା ମୋତେ ଫୋନ୍ ଆସିଥିଲା। ମୋ ଭାଇ ଶାନ୍ତଶିଷ୍ଟ ଲୋକ। ସେ କାହାକୁ କିଛି କୁହନ୍ତି ନାହିଁ। ସେ ବିଏମସିରେ କାମ କରନ୍ତି। ପୂର୍ବରୁ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ପୂର୍ବରୁ ଭାଉଜ ଭାଇଙ୍କୁ ମାଡ଼ ମାରିଥିଲେ ଯେ ସେ ଛୋଟେଇ ଛୋଟେଇ ଚାଲୁଥିଲେ।
ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version